ଓଡିଶା

ପାହାଡ ଧସି ଟ୍ରେନ ଲାଇନରେ ବଡ଼ ବଡ଼ ପଥର , ଟ୍ରେନ ବାତିଲ

  (କୋରାପୁଟ) :  ଥମୁନି ଟ୍ରେନ ସମସ୍ୟା । ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରାକରେ ସାପ ବିଷୟ ମନରୁ ଲିଭି ନଥିବାବେଳେ ଆଜି ବୋରାଘୁଲାଉ-କୋରାକାବାଲସା ମଧ୍ୟରେ ଏକ ବଡ ପଥରଖଣ୍ଡ ଟ୍ରେନ ଲାଇନରେ ପଡିଛି। ପ୍ରବଳ ବର୍ଷା ‌ଯୋଗୁଁ ଏକ ପାହାଡ ଧସି ଥିବାବେଳେ ଟନ ଟନ ପଥର ଖଣ୍ଡ ଲାଇନ ଉପର ପଡି ରହିଛି। ଉଦ୍ଧାରକାରୀ ଦଳ ଏହାକୁ ଉଠାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି।

ସୂଚନାନୁଯାୟୀ ,   ୧୧ ତାରିଖରେ କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର(୦୮୫୫୧) ଓ ୧୨ ତାରିଖରେ କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର(୦୮୫୫୨)କୁ ବାତିଲ କରାଯାଇଛି। ସେହିପରି ଆଜି କିରଣ୍ଡୁଲ-ବିଶାଖାପାଟଣା ନାଇଟ ଏକ୍ସପ୍ରେସକୁ କୋରାପୁଟ-ଦାମନଯୋଡି- ରାୟଗଡା-ବିଶାଖାପାଟଣା ଦେଇ ଦିଗ ପରିବର୍ତ୍ତନ କରାଯାଇଛି।

Related posts

‘ଅକ୍ଟୋବର ହିଟ୍‌’ ଅନୁଭୂତ,୨୦ ପରେ ଥଣ୍ଡା ପରିବେଶ

mahabharatanews

ନାବାଳିକା ଅସଦାଚରଣ ମାମଲାରେ ୮ ବର୍ଷ ପରେ ଆସିଲା ରାୟ

mahabharatanews

ଅନୁଗୁଳ ଦେଶରେ ଦ୍ୱିତୀୟ ପ୍ରଦୂଷିତ ସହର

mahabharatanews