ନୂଆଦିଲ୍ଲୀ: ଉତ୍ତର ଭାରତରେ ଲଗାତର ବାୟୁ ପ୍ରଦୂଷଣ ବୃଦ୍ଧି ଚିନ୍ତାର କାରଣ ହୋଇଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ରାଜଧାନୀ ଦିଲ୍ଲୀ । ଦିଲ୍ଳୀରେ ସ୍ଥିତି ସଂଗୀନ ହୋଇପଡିଛି । ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଅଭିମୁଖ୍ୟ ପାଇଁ ଦିଲ୍ଲୀ ସରକର ବହୁତ କଠୋର ପଦକ୍ଷେପ ନେଇଛି । ଦୀପାବଳି ପରେ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ପାଇଁ ଏକ୍ୟୁଆଇ ସ୍ତର ବହୁମାତ୍ରାରେ ବୃଦ୍ଧି ପାଇଛି । ଦିଲ୍ଲୀର ଆନ୍ଦ ବିହାର ଅଞ୍ଚଳରେ ଏକ୍ୟୁଆଇ ସ୍ତର ରବିବାର ସକାଳ ୮ଟା ସୁଦ୍ଧା ୪୪୬ରେ ପହଞ୍ଚିଛି, ଯାହା ଗମ୍ଭୀର ଶ୍ରେଣୀରେ ଯାଉଛି । ସେହିପରି ଜହାଙ୍ଗୀର ପୁରୀରେ ୪୦୩ ଏକ୍ୟୁଆଇ ସ୍ତରର ରେଡର୍କ କରାଯାଇଛି ।
ତେବେ ବାୟୁ ପ୍ରଦୂଷଣ କେବଳ ଦିଲ୍ଲୀ ନୁହେଁ ତାର ଆଖପାଖ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶର ଗାଜିୟାବାଦ ଜିଲ୍ଲାର ସ୍ଥିତି ମଧ୍ୟ କିଛି କମ ସାଂଘାତି ନାହିଁ । ଗାଜିୟାବାଦରେ ସକାଳ ୯ଟା ସୁଦ୍ଧା ବାୟୁର ଏକ୍ୟୁଆଇ ୩୭୦-୩୭୭ ମଧ୍ୟରେ ରେକର୍ଡ ହୋଇଥିବା ବେଳେ ସକାଳ ୭ଟାରେ ୩୯୦ ଓ ୮ଟାରେ ୩୮୦ ରେକର୍ଡ କରାଯାଇଛି । କାନପୁରରେ ଏକ୍ୟୁଆଇ ସ୍ତର ୨୧୦-୨୭୮ ରେକର୍ଡ ହୋଇଛି । ମେରଟ, ଲକ୍ଷେ୍ନø, ମୁରାଦାବ।।ଦର ବିଭିନ୍ନ ଅଞ୍ଚଳରେ ଏକ୍ୟୁଆଇସ୍ତର ମଧ୍ୟ ଖରାପ ସ୍ଥିତିରେ ପହଞ୍ଚିଛି । ବାୟୁ ପ୍ରଦୂଷଣରୁ ନିଜକୁ ରକ୍ଷା କରିବାକୁ ଲୋକେ ସିମଲା ମୁହାଁ ହେଉଛନ୍ତି । ସିମଲାରେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି ।
previous post