ଭାରତ

ଗ୍ୟାସ୍ ଚାମ୍ବରରେ ପରିଣତ ହୋଇଛି ଦେଶର ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ଗ୍ୟାସ୍ ଚାମ୍ବରରେ ପରିଣତ ହୋଇଛି ଦେଶର ରାଜଧାନୀ ଦିଲ୍ଲୀ। ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣାବତ୍ତା ଅଧିକ ହେଉଥିବା ବେଳେ ଅଣନିଶ୍ବାସୀ ହେଉଛନ୍ତି ସ୍ଥାନୀୟବାସୀ । ଦୀପାବଳି ପରଠାରୁ ଏଠାରେ ବଢ଼ିବାରେ ଲାଗିଛି ପ୍ରଦୂଷଣ। ବିଷ ପାଲଟି ଗଲାଣି ଏଠାକାର ବାୟୁ। ସ୍ଥିତି ଏଭଳି ହେଲାଣି କି ଘରୁ ବିନା ମାସ୍କରେ ବାହାରିବା ମୁସ୍କିଲ ହୋଇପଡିଛି। ଆଖି ଜଳାପୋଡା କରିବା ସହ ନିଶ୍ୱାସ ନେବା କଷ୍ଟକର ହୋଇପହିଛି। ଆଜି(ଗୁରୁବାର) ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ଅତି ଖରାପ ଶ୍ରେଣୀରେ ରହିଛି ।

ଆଜି ସକାଳ ୭ ଟାରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୮ ରେକର୍ଡ ହୋଇଛି । ତେବେ ସକାଳ ୮ଟାରେ ସମୟରେ ଏହି ସୂଚକାଙ୍କ ୩୬୪ ରେକର୍ଡ କରାଯାଇଛି । ଯାହାକି ଦିଲ୍ଲୀ ପାଇଁ ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଛି । ସେପଟେ ଦିଲ୍ଲୀ ସରକାର ଲୋକମାନଙ୍କୁ କମ ଗାଡି ବ୍ୟବହାର ଓ ଯଦି ସମ୍ଭବ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରିଛନ୍ତି। ପଡୋଶୀ ରାଜ୍ୟମାନେ ନଡା ପୋଡିବା ଯୋଗୁଁ ଦିଲ୍ଲୀର ସ୍ଥିତି ବିଗୁଡିବାଥିବା ଅଭିଯୋଗ କରିଛନ୍ତି ଦିଲ୍ଲୀ ପରିବେଶମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି କିଛି ଦିନ ହେବ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲଗାତାର ବୃଦ୍ଧି ପାଉଛି।

ଜାତୀୟ ରାଜଧାନୀରେ ଅବନତି ଘଟୁଥିବା ବାୟୁର ମାନରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରଖିବା ଲାଗି ‘ନ୍ୟାସ୍‌ନାଲ୍‌ କମିସନ୍‌ ଫର୍‌ ପ୍ରୋଟେକ୍‌ସନ୍‌ ଅଫ୍‌ ଚାଇଲ୍‌ଡ୍‌ ରାଇଟ୍ସ୍‌’ (ଏନ୍‌ସିପିସିଆର୍‌) ଦିଲ୍ଲୀ ସରକାରଙ୍କୁ ଅନୁରୋଧ କରିଛି।

Related posts

ହେମନ୍ତଙ୍କ ବିରୋଧରେ ଇଡିର ପ୍ରମାଣ 

mahabharatanews

ଅତିକ ବ୍ରଦର୍ସ ହତ୍ୟାକାଣ୍ଡ ତଦନ୍ତକୁ ନେଇ ପିଟିସନ ଅପିଲ କରିଛନ୍ତି ଆଇନଜୀବୀ ବିଶାଲ

mahabharatanews

ପେଟିଏମକୁ ୫.୪୯ କୋଟି ଫାଇନ 

mahabharatanews