ଭାରତ

ଦିଲ୍ଲୀରେ ପ୍ରବଳ କୁହୁଡ଼ି

(ଦିଲ୍ଲୀ):  ଦିଲ୍ଲୀ-ଏନ୍‌ସିଆର୍‌ର ଅନେକ ସ୍ଥାନରେ ଘନ କୁହୁଡ଼ି ସହ ହାଡ଼ଥରା ଶୀତ ଅନୁଭୂତ ହେଉଛି । ପୂର୍ବରୁ ଥଣ୍ଡାପାଗ ସହ ସଂଘର୍ଷ କରୁଥିବା ଜାତୀୟ ରାଜଧାନୀରେ ତାପମାତ୍ରା ଆହୁରି ହ୍ରାସ ପାଇଛି। ଉତ୍ତର ପ୍ରଦେଶର କିଛି ଅଞ୍ଚଳ ମଧ୍ୟ କୁହୁଡ଼ିରେ ବୁଡ଼ି ରହିବା ସହ ଶୀତର ପ୍ରକୋପ ବଢିବାରେ ଲାଗିଛି। ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ସେଲସିୟସକୁ ଖସିଆସିବା ସହ ସର୍ବୋଚ୍ଚ ତାପମାତ୍ରା ୧୮ ଡିଗ୍ରି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ପୂର୍ବ ଉତ୍ତରପ୍ରଦେଶର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ନେଇ ଆଇଏମ୍‌ଡି ସତର୍କ କରାଇଦେଇଛି।

ସୂଚନାନୁଯାୟୀ , ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ ଓ ରାଜସ୍ଥାନର କେତେକ ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି ଏବଂ ପ୍ରବଳ ଥଣ୍ଡା ହେବାର ସମ୍ଭାବନା ରହିଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ପୂର୍ବାନୁମାନ କରାଯାଇଛି। ରାଜସ୍ଥାନ ଓ ପଶ୍ଚିମ ଉତ୍ତରପ୍ରଦେଶର କେତେକ ସ୍ଥାନରେ ଶୀତ ଲହରି ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି।

Related posts

୨୫ ହଜାର ଗାଁକୁ ପକ୍କା ରାସ୍ତା ନିର୍ମାଣ

mahabharatanews

ଉତ୍ତର ଭାରତରେ ମୌସୁମୀ ବର୍ଷା: ମୃତ୍ୟୁ ସଂଖ୍ୟା ୪୧

mahabharatanews

ଚୀନରେ କରୋନା ସ୍ଥିତି ସାଙ୍ଘାତିକ 

mahabharatanews