ଓଡିଶା

ବଢୁଛି ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା; ୪୦ଟି ସ୍ଥାନ ରେଡ୍‌ ଜୋନ 

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ସଂକ୍ରମଣ । ୯ ଦିନରେ ୧୦୦୦ରେ ପହଞ୍ଚିଲାଣି ରୋଗୀଙ୍କ ସଂଖ୍ୟା । ଡେଙ୍ଗୁର ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ଵର । ଚଳିତ ସେପ୍ଟେମ୍ୱରରେ ଏହି ସଂଖ୍ୟା ଆହୁରି ବଢିବ ବୋଲି କୁହାଯାଉଛି ।  ମୋଟ ୩,୫୪୮ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୁବ୍ ଶୀଘ୍ର ଏହା ୪୦୦୦ ଛୁଇଁବ ।

ସୂଚନାନୁଯାୟୀ , ସେପ୍ଟେମ୍ୱର ୭ ତାରିଖରେ ୨୩୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମୋଟ ୧୮୩ ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରେ ୪୦ ସ୍ଥାନ ରେଡ୍‌ ଜୋନ । ସେଥିମଧ୍ୟରେ ସର୍ବାଧିକ ୧୪୧ ସହିଦନଗରରେ, ନୟାପଲ୍ଲୀରେ ୧୩୨, ଆଚାର୍ଯ୍ୟବିହାରରେ ୧୨୧, ପଟିଆରୁ ୧୦୯, ୟୁନିଟ୍‌ ୯ରୁ ୯୯, ଜୟଦେବ ବିହାରରୁ ୯୦, ସତ୍ୟନଗରରୁ ୮୭ ୟୁନିଟ-୬ରୁ ୭୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ମଶା ବ୍ରିଡିଙ୍ଗ୍‌ ସମୟରେ ଜଳବାୟୁ ଅନୁକୂଳ ରହିଛି ।

Related posts

ବାଲି ବୋଝେଇ ଟ୍ରକ ଧକ୍କାରେ ମହିଳା ମୃତ

mahabharatanews

ଗୋଟିଏ ଫୋଟୋରେ ଦୁଇ ପ୍ରଜାତିର ବାଘ

mahabharatanews

ସରିଗଲା ମଜା ! ଛାଡିଦେଲା ପ୍ରେମିକ

mahabharatanews