ଓଡିଶା

ବଢୁଛି ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା, ସତର୍କ ରହିବାକୁ ପରାମର୍ଶ 

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ବଢୁଛି ଡେଙ୍ଗୁ । ରାଜଧାନୀ ପରେ ଏବେ ସାରା ରାଜ୍ୟରେ ବ୍ୟାପିଲାଣ ଡେଙ୍ଗୁ । ରାଜଧାନୀର ସମସ୍ତ ୪ଟି ଯାକ ସିଏଚସିରେ ଖୋଲିବ ଡେଙ୍ଗୁ ୱାର୍ଡ । ପ୍ରତି ଅର୍ବାନ ସିଏଚସିରେ ୧୦ଟି ଲେଖାଏଁ ବେଡ୍ ରହିବ । ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ।

ସୂଚନାନୁଯାୟୀ , ଭୁବନେଶ୍ୱରରେ ୧୫ଶହ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୫ରୁ ଅଧିକ ପୀଡ଼ିତଙ୍କ ମୃତ୍ୟୁ ସମସ୍ତଙ୍କୁ ଭୟଭୀତ କରିଛି । ଦୈନିକ ପ୍ରାୟ ୫୦୦ ଲୋକଙ୍କର ଡେଙ୍ଗୁ ଟେଷ୍ଟ ହେଉଛି । ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ୬୦-୭୦ ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି । ଗତ ବର୍ଷ ଅପେକ୍ଷା ପ୍ରାୟ ୫୦% ଅଧିକ ଡେଙ୍ଗୁ ରୋଗୀ ଚଳିତ ବର୍ଷ ଚିହ୍ନଟ ହେଲେଣି । ତେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଡେଙ୍ଗୁ ସ୍ଥିତି ଭୟାବହ ନାହିଁ, ସ୍ଥିର ରହିଛି । ସର୍ଭେଲାନ୍ସ ଓ ଟେଷ୍ଟିଂ ବଢ଼ିଥିବାରୁ ରୋଗୀ ସଂଖ୍ୟା ବଢ଼ିଛି । ଅଗଷ୍ଟ ୨୦ ସୁଦ୍ଧା ରାଜ୍ୟରେ ୨୪୨୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ପୁରୀରୁ ୨୨୯ ଜଣ, ବାଲେଶ୍ଵରରୁ ୨୧୨, କଟକରୁ ୧୫୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

Related posts

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

mahabharatanews

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ

mahabharatanews

କଲ୍ୟାଣସିଂହପୁରରେ ସିଆରପିଏଫ ଯବାନଙ୍କ ଜନସମ୍ପର୍କ ମେଳା

mahabharatanews