ଭାରତ

ଚନ୍ଦ୍ରଯାନ-୩ ; ଆଉ ଗୋଟିଏ ଦିନର ଅପେକ୍ଷା ମାତ୍ର  

(ଦିଲ୍ଲୀ)  : ସାମ୍ନାକୁ ଆସିଲା ‘ଏଲ୍‌ପିଡିସି’ କ୍ୟାମେରାଦ୍ବାରା ଚନ୍ଦ୍ରଯାନ-୩ ଉଠାଇଥିବା ଚନ୍ଦ୍ରର ଅପରପାର୍ଶ୍ବର କେତୋଟି ଚମତ୍କାର ଫଟୋ । ଯାହା ‘ଇସ୍ରୋ’ ସେୟାର୍‌ କରିଛି। ସବୁଠାରୁ ବଡ଼ କଥା ହେଉଛି ଆଉ ଗୋଟିଏ ଦିନ ମାତ୍ର  ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬.୦୪ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି।ଇସ୍ରୋ’ଦ୍ବାରା ବିକଶିତ ଏହି କ୍ୟାମେରା ଅବତରଣ ସମୟରେ ଶିଳାଖଣ୍ଡ ଅଥବା ଗଭୀର ଖାତ ନ ଥିବା ଭଳି ନିରାପଦ ଅବତରଣ କ୍ଷେତ୍ର ଠାବ କରିବାରେ ଚନ୍ଦ୍ରଯାନ-୩କୁ ସାହାଯ୍ୟ କରିବ।

ସୂଚନାନୁଯାୟୀ ,  ସେୟାର୍‌ କରିଥିବା ଫଟୋ ସହିତ ‘ଏକ୍ସ୍‌’ କରି ‘ଇସ୍ରୋ’ ଲେଖିଛି:‘ଲ୍ୟାଣ୍ଡର୍‌ ହଜାର୍ଡ ଡିଟେକ୍‌ସନ୍‌ ଆଣ୍ଡ୍‌ ଆଭଏଡାନ୍‌ସ୍‌ କ୍ୟାମେରା’ଦ୍ବାରା ଉତ୍ତୋଳିତ ଚନ୍ଦ୍ରର ଅପରପାର୍ଶ୍ବର କେତୋଟି ଫଟୋ ଦେଖନ୍ତୁ।

Related posts

ମଣିପୁର ହିଂସା: ଲଗାତାର ବିସ୍ଫୋରଣ ସହ ଗୁଳିମାଡ଼

mahabharatanews

ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସମନ ପଠାଇଲା ସିବିଆଇ

mahabharatanews

ମରାଠା ସଂରକ୍ଷଣ ମାମଲା; ଇଣ୍ଟରନେଟ୍ ସେବା ମଧ୍ୟ ଠପ୍

mahabharatanews