ଓଡିଶା

ବୃଦ୍ଧି ପାଉଛି ଡେଙ୍ଗୁ ଆତଙ୍କ: କଟକରେ ୧୩ ରୋଗୀ ଚିନ୍ହଟ 

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ଆତଙ୍କ । ବିଏମସି ପରେ ସିଏମସିରେ ଡେଙ୍ଗୁ କାୟା ବିସ୍ତାର କଲାଣି। ସିଏମସି କାର୍ଯ୍ୟାଳୟରେ ଉଚ୍ଚ ସ୍ତରୀୟ ଆଲୋଚନା କରାଯାଇଛି । ସପ୍ତାହରେ ଗୋଟିଏ ଦିନ ଡ୍ରାଏ ଡେ ପାଳନ ପାଇଁ ସହରବାସୀଙ୍କୁ ପରାମର୍ଶ ଦେବା ପାଇଁ ଯୋଜନା ହୋଇଛି। ଏହା ସହିତ କୌଣସି ସ୍ଥାନରେ ଯେଭଳି ପାଣି ଜମା ରହିବନି ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।

ସୂଚନାନୁଯାୟୀ ,  କଟକ ଜିଲ୍ଲାରେ ୧୩ଜଣ ଲୋକ ଡେଙ୍ଗୁର ଆକ୍ରାନ୍ତ ହୋଇଥିଲେ। ସେଥିମଧ୍ୟରୁ ସିଏମସି ଅଞ୍ଚଳରେ ୫ଜଣ ରୋଗୀ ଚି଼ହ୍ନଟ ହୋଇଛନ୍ତି । ଲୋକମାନଙ୍କ ଘର ସହ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ କଟକ ବାସୀଙ୍କୁ ସଚେତନ କରାଯିବ ସେ ନେଇ ଆଲୋଚନା ହୋଇଛି ।

Related posts

ଦୁଇ ଦିନ ପାଇଁ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା

mahabharatanews

୨୫ରେ ସୃଷ୍ଟି ହେବ ଏକ ଘୁର୍ଣ୍ଣିବଳୟ

mahabharatanews

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews