ଓଡିଶା

ବୃଦ୍ଧି ପାଉଛି ଡେଙ୍ଗୁ ଆତଙ୍କ: କଟକରେ ୧୩ ରୋଗୀ ଚିନ୍ହଟ 

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ଆତଙ୍କ । ବିଏମସି ପରେ ସିଏମସିରେ ଡେଙ୍ଗୁ କାୟା ବିସ୍ତାର କଲାଣି। ସିଏମସି କାର୍ଯ୍ୟାଳୟରେ ଉଚ୍ଚ ସ୍ତରୀୟ ଆଲୋଚନା କରାଯାଇଛି । ସପ୍ତାହରେ ଗୋଟିଏ ଦିନ ଡ୍ରାଏ ଡେ ପାଳନ ପାଇଁ ସହରବାସୀଙ୍କୁ ପରାମର୍ଶ ଦେବା ପାଇଁ ଯୋଜନା ହୋଇଛି। ଏହା ସହିତ କୌଣସି ସ୍ଥାନରେ ଯେଭଳି ପାଣି ଜମା ରହିବନି ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।

ସୂଚନାନୁଯାୟୀ ,  କଟକ ଜିଲ୍ଲାରେ ୧୩ଜଣ ଲୋକ ଡେଙ୍ଗୁର ଆକ୍ରାନ୍ତ ହୋଇଥିଲେ। ସେଥିମଧ୍ୟରୁ ସିଏମସି ଅଞ୍ଚଳରେ ୫ଜଣ ରୋଗୀ ଚି଼ହ୍ନଟ ହୋଇଛନ୍ତି । ଲୋକମାନଙ୍କ ଘର ସହ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ କଟକ ବାସୀଙ୍କୁ ସଚେତନ କରାଯିବ ସେ ନେଇ ଆଲୋଚନା ହୋଇଛି ।

Related posts

ସ୍କ୍ରବ୍ ଟାଇଫସ୍ ଆତଙ୍କ;  ସୁନ୍ଦରଗଡ଼ରେ ସଂଖ୍ୟା ୨୨୧କୁ ବୃଦ୍ଧି 

mahabharatanews

ଲୋକେ ଜାଳିଦେଲେ ପୋଲିସ ଷ୍ଟେସନ , ୧୪୪ ଧାରା ଲାଗୁ 

mahabharatanews

କଳ୍ପନା ଛକରେ ଥିବା ଫଳ ଦୋକାନରେ ଅଗ୍ନିକାଣ୍ଡ

mahabharatanews