ଅପରାଧଓଡିଶା

ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ଶିଶୁ ସୁରକ୍ଷା ବିଭାଗ ତଦନ୍ତ ପ୍ରକିୟା ଆରମ୍ଭ

ସାଲେପୁର : ଆକ୍ସନ ମୁଡ୍ ରେ ଶିଶୁ ସୁରକ୍ଷା ବିଭାଗ ! ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ଶିଶୁ ସୁରକ୍ଷା ବିଭାଗ ତଦନ୍ତ ପ୍ରକିୟା ଆରମ୍ଭ ହୋଇଛି । ଏ କେଉଁ ପ୍ରକାର ବିଚାର । ବିଚ୍ ରାସ୍ତାରେ ଛୋଟ ପିଲାଟିକୁ ଏଭଳି ଆଚରଣ କରିବା କେତେ ଦୂର ଠିକ୍ ଥିଲା । ଗତ ୨ ତାରିଖ ଦିନ ୪ର୍ଥ ଶ୍ରେଣୀର ଛାତ୍ରକୁ ପୋଲିସ ବାବୁଙ୍କୁ ମାମୁଁ ଡାକିଦେଇଥିଲା ବୋଲି ପୋଲିସ ବାବୁ ଗାଡିରୁ ଓହ୍ଲାଇ ମାଡ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିôଲେ । ଏମିତିକି ଛାତ୍ର ଜଣଙ୍କ ବାପା ମାଙ୍କୁ ମଧ୍ୟ ଛାଡିନଥିଲେ । ରିପୋର୍ଟସ ଟୁଡେର ଖବର ପ୍ରସାରଣ ପରେ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ମାଡ଼ ମାରିଥିବା ଛାତ୍ର ଙ୍କ ଘରେ ପହଞ୍ଚି ଛାତ୍ର ଓ ଅଭିବାବକଙ୍କ ଠାରୁ ବୟାନ୍ ରେକର୍ଡ କରିଛନ୍ତି। ଏପଟେ ଏସଆଇ ଭଗବାନ ସାହୁ ଙ୍କ ବଦଳି ରେ ସନ୍ତୁଷ୍ଟ ନାହାନ୍ତି ପରିବାର କିମ୍ବା ଛାତ୍ର। ଛାତ୍ର ଜଣକ କହୁଛନ୍ତି ତାଙ୍କୁ ମାଡ଼ ମରାଯାଇଥିଲା ଓ ନିଜର ନ୍ୟାୟ ପାଇବା ପାଇଁ ପୋଲିସ ବାବୁ ନିଲମ୍ବନ ହେବା ଦରକାର ବୋଲି, ଦାବି କରୁଛନ୍ତି ଶିଶୁ ସୁରକ୍ଷା ଅଧିକାରୀ ଙ୍କ ନିକଟରେ। ଯେଉଁଠି ପୋଲିସ ପୋଲିସ କୁ ବଞ୍ଚାଇବାକୁ ଯାଇ ଦୋଷୀ ପୋଲିସ ଅଧିକାରୀ ଙ୍କୁ ଖାଲି ବଦଳି ରେ ସୀମିତ ରଖିଛି ପୋଲିସ୍ ବିଭାଗ ।

ଖବର ଅନୁଯାୟୀ ,ଗତ ୨ ତାରିଖ ଦିନ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ରଙ୍ଗମୁଣ୍ଡାଇ ପ୍ରାଥମିକ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ର ଛାତ୍ର କୈଳାସ ବେହେରା ଓରଫ୍ ଚନ୍ଦନ ସ୍କୁଲ ରୁ ସାଙ୍ଗ ମାନଙ୍କ ସହ ଘରକୁ ଫେରୁଥିବା ବେଳେ ନିଶ୍ଚିନ୍ତକୋଇଲି ଥାନା ର ପୋଲିସ ପେଟ୍ରୋଲିଂ ଗାଡ଼ି କୁ ଦେଖି କହିଲା, ମାମୁଁ ଗାଡ଼ି ଆସିଲା । ଏକଥା ପୋଲିସ ପେଟ୍ରୋଲିଂ ଗାଡ଼ି ରେ ଯାଉଥିବା ପୋଲିସ ଏସଆଇ ଭଗବାନ ସାହୁ ଙ୍କ କାନ ରେ ପଡ଼ିବାରୁ, ବାବୁ ଏସଆଇ ଭଗବାନ ରାଗି ପଞ୍ଚମ ହୋଇ ବିଚ୍ ରାସ୍ତା ଉପରେ ଚନ୍ଦନ କୁ ମାଡ଼, ଅଶଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଭଳି ସଂଗୀନ ଅଭିଯୋଗ ହୋଇଥିଲା ନିଶ୍ଚିନ୍ତକୋଇଲି ଥାନା ରେ ।

ତେବେ ଛାତ୍ର ଙ୍କ ପରିବାର ଓ ସ୍ଥାନୀୟ ଲୋକେ ନ୍ୟାୟ ଦାବିରେ କଟକ-ଚାନ୍ଦବାଲି ରାସ୍ତା ର ପଣସ ପଡ଼ିଆ ଠାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପୋଲିସ ର ଉଚ୍ଚ ପଦାଧିକାରୀ ଘଟଣାସ୍ଥଳରେ ପହଂଚି ଉକ୍ତ ଘଟଣା ର ତୁରନ୍ତ ତଦନ୍ତ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେଇ ଉତ୍ୟକ୍ତ ଲୋକମାନଙ୍କୁ ରାସ୍ତା ରୁ ଉଠାଇ ଦେଇଥିଲେ। ପରେ ନିଶ୍ଚିନ୍ତକୋଇଲି ଥାନା ଏସଆଇ ଭଗବାନ ସାହୁ ଙ୍କୁ କଟକ ପୋଲିସ ହେର୍ଡ କ୍ୱାର୍ଟର କୁ ବଦଳି କରିଥିଲେ।କଥାରେ ଅଛି,”ବାଡ଼ ଯଦି ଫସଲ ଖାଏ, ତେବେ ଦୋଷ ଦେବା କାହାକୁ” ? ଯଦି ଆଇନର ରକ୍ଷକ ହୋଇ ପୋଲିସ ଆଇନ ଭାଙ୍ଗିବା ଆଉ ଆଇନ୍ ଭାଙ୍ଗିଥିବା ପୋଲିସ କୁ ପୋଲିସ କୋଳରେ ବସାଇବ, ତେବେ ପୋଲିସ ବିଭାଗ ଉପରେ ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ବାସ ରହିବ ତ ? ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ।ତେବେ ଆଗକୁ ଦେଖିବାକୁ ବାକି ରହିଲା ଦେଖିବାକୁ, ଆଇନି ର ଫନ୍ଦା ଠିକ୍ ପହଞ୍ଚି ପାରୁଛି କି ନାହିଁ ।

Related posts

ମୋହନାରେ ବାଘ ବୁଲୁଥିବା ସନ୍ଦେହ

mahabharatanews

ବିନା ଟେଣ୍ଡରରେ କୋଟିକୋଟି ଟଙ୍କା ଚଳୁକରିବାକୁ ମସୁଧା

mahabharatanews

ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଉଦାହରଣ ପାଲଟିଛନ୍ତି ଗଦାଧର

mahabharatanews