ଓଡିଶା

ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଡ଼ଲାଗି ବେଶ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ…

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ  ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଡ଼ଲାଗି ବେଶ ଦର୍ଶନ ସକାଶେ ଭକ୍ତଙ୍କ ସମାଗମ ହୋଇଛି।ମହାପ୍ରଭୁ ଶ୍ରୀ ଜଗନ୍ନାଥ,ବଡ଼ ଭାଇ ବଳଭଦ୍ର ଓ ଦେବୀ ଭଉଣୀ ସୁଭଦ୍ରା ଶୀତ ଵସ୍ତ୍ର ପରିଧାନ କରି ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି।ଶ୍ରୀ ଜୀଉଙ୍କ ଶ୍ରୀ  ଅଙ୍ଗରେ ଶୀତର ପହିଲି ସ୍ପର୍ଶ ଅନୁଭବ ହେବାରୁ ମହା ପ୍ରଭୁଙ୍କ ପରମ୍ପରା କ୍ରମେ ପବିତ୍ର ମାର୍ଗଶିର ମାସରେ ମହାପ୍ରଭୁଙ୍କୁ ଘୋଡ଼ ଲାଗି କରାଯାଏ।ଏହି ବେଶ ମାଘ ପଞ୍ଚମୀ ଅର୍ଥାତ  ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ ପାଳିତ ହେବ।ଶ୍ରୀ ଜୀଉ ମାନେ ସମ୍ପୂର୍ଣ୍ଣ ଶରୀର ଆବୃତ୍ତ କରୁଥିବା ଘୋଡ଼ ପିନ୍ଧିବା ପରେ ନିର୍ଦ୍ଧିଷ୍ଟ ତିଥିରେ ପ୍ରଭୁଙ୍କ ଜାମାଲାଗି ବେଶ ଅନୁଷ୍ଠିତ ହେଉଅଛି।ଏହାକୁ ସାଧାରଣରେ ଠିଆ ଘୋଡ଼ଲାଗି ବେଶ କୁହାଯାଏ।ଘୋଡ଼ ବସ୍ତ୍ର ସ୍ୱତନ୍ତ୍ର ରୂପେ ସୂତା କପଡ଼ା ବା ମଖମଲ୍ଲ କପଡ଼ାରେ ତିଆରି କରି ଲାଗି କରାଯାଏ।ଜାମା ଲାଗି ବେଶରେ ଶ୍ରୀ ଅଙ୍ଗ ସମ୍ପୂର୍ଣ୍ଣ ଘୋଡେଇ ହେଉ ନ ଥିବାରୁ ମହାପ୍ରଭୁଙ୍କୁ କିଛି ସୁନା ଅଳଙ୍କାର ଲାଗି କରାଯାଇ ଥାଏ।ଏହି ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ଶୀତୁଆ ସନ୍ଧ୍ୟାରେ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।ଶୀତ ଯେତେ ବଢୁଛି ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ ହେଉଛି।

Related posts

କଳିଙ୍ଗ ବାଲିଯାତ୍ରା ଉଦଯାପନୀ ଉତ୍ସବ ରେ ଯୋଗ ଦେଲେ ମହାମହିମ ରାଜ୍ୟପାଳ

mahabharatanews

କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ ମାରିଲେ ପୁରୀ ଜିଲ୍ଲାପାଳ

mahabharatanews

ମେ’ ରେ ହେବ କଲରାପତରିଆ ବାଘ ଗଣନା

mahabharatanews