ଓଡିଶା

ବଡ଼ ଦାଣ୍ଡରେ ପ୍ରବଳ ଭିଡ଼, ଅସାଧୁ ବ୍ୟବସାୟୀଙ୍କ ଉତ୍ପାତ

(ପୁରୀ) : ବଡ଼ ଦାଣ୍ଡରେ ଲାଗିଛି ଭକ୍ତଙ୍କ ଭିଡ଼ । ମହାପ୍ରଭୁଙ୍କ ଦର୍ଶନ ଲାଗି କାର୍ତ୍ତିକ ମାସ ଶେଷ ସୋମବାରରେ ସକାଳୁ ଲାଗିଛି ଲମ୍ବା ଲାଇନ୍ । ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ ରେ ଛିଡ଼ା ହୋଇ ବ୍ୟାରିକେଡ୍ ରେ ଫସି ରହିଛନ୍ତି ଅଗଣିତ ଶ୍ରଦ୍ଧାଳୁ । ତେବେ ଏହାରି ମଧ୍ୟରେ  ଜଣେ ମହିଳା ଶ୍ରଦ୍ଧାଳୁ ଅଚେତ୍ ହୋଇପଡିଥିବା ଦେଖିବାକୁ ମିଳିଛି । ଭକ୍ତ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟବସାୟୀ । ଭକ୍ତ ଅନ୍ୟ କୌଣସି ଉପାୟ ନପାଇ ଦୁଇ ଗୁଣା ଟଙ୍କା ଦେଇ ପାଣି ବୋତଲ କିଣିଛନ୍ତି । ଅସାଧୁ ବ୍ୟବସାୟୀ ଜାଣିଛନ୍ତି ଭକ୍ତ ଧାଡିରୁ ବାହାରିପାରିବେ ନାହିଁ । ତେଣୁ ଭକ୍ତଙ୍କୁ ମନଇଛା ଖାଦ୍ୟ ସାମଗ୍ରୀ ଓ ପାଣି ବୋତଲ ଦର ଲଗାଉଛନ୍ତି । ସେପଟେ ଆଜି ବଡଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଥିବାବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

Related posts

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ମାନଙ୍କ ପାଇଁ ପାଳିତ ହେଉଛି ଓଜନ ଉତ୍ସବ

mahabharatanews

ଅଭିଶପ୍ତ ଜୀବନ ପାଇଁ ଦାୟୀ କିଏ ?

mahabharatanews

ଶିମିଳିପାଳରେ ବରଫ ଆସ୍ତରଣ 

mahabharatanews