ଖେଳଭାରତ

ରଜନୀକାନ୍ତ ଭଳି ପୋଜ୍ ଦେଲେ ଧୋନି

ସୁପରଷ୍ଟାର ରଜନୀକାନ୍ତ ପୋଜ୍ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । ଚେନ୍ନାଇ ସୁପରକିଙ୍ଗସରେ ଏକ ଇଭେଣ୍ଟରେ ଏମଏସ ଧୋନିର ଏକ ଫୋଟ ସ୍କ୍ରିନରେ ଦେଖିବାକୁ ମିଳିଥିଲା ଯେଉଁଠାରେ ତାଙ୍କୁ ସୁପର ଷ୍ଟାର ରଜନୀ କାନ୍ତ ଭଳି ଏକ ପୋଜ୍ ଦେଇ ଫୋଟ ଉଠାଇଥିଲେ ।ତାଙ୍କର ଏହି ଫୋଟ ଦେଖି ରିପୋର୍ଟର ପ୍ରଶ୍ନ ପଚାରିଥିଲେ ।ରିପୋଟର୍ସ ଜବାବ ଦେଇ କହିଥିଲେ, ‘ଏହା କୌଣସି ତୁଳନା ନୁହେଁ,ମୁଁ କେବଳ ତାଙ୍କ ପୋଜ୍କୁ କପି କରିବାକୁ ଚେଷ୍ଟା କରୁଥିଲି ।ତା ଛଡା ଆଉ କିଛି ନୁହେଁ ମୁଁ ତାଙ୍କ ଭଳି କିଛି କେବେ କରିପାରିବି ନାହିଁ , କେବଳ ତାଙ୍କ ପୋଜକୁ କପି କରିପାରିବି । ଏଭଳି ଉତ୍ତର ସୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଧୋନିଙ୍କ ପ୍ରଶଂସା କରିଥିଲେ ।
ଧୋନିଙ୍କ ତୁଳନା ସବୁବେଳେ ସୁପରଷ୍ଟାର ରଜନୀକାନ୍ତ କାନ୍ତ ସହ ତୁଳନା କରାଯାଏ । କାରଣ ସୁପର ଷ୍ଟାର ରଜନୀକାନ୍ତ ଯେଉଁପର ସାଉଥ୍ ରେ ରାଜ କରନ୍ତି ଧୋନି ସେହିପରି ଷ୍ଟାଡିୟମରେ ରାଜ କରନ୍ତି । ରଜନୀକାନ୍ତଙ୍କ ଫିଲ୍ମ ଦେଖିବାକୁ ଯେମିତି ଲୋକେ ପାଗଳ, ସେହିଭଳି ଧୋନିଙ୍କ ଖେଳ ଦେଖିବାକୁ ଲୋକେ ପାଗଳ ହୋଇ ରହିଥାନ୍ତି । ଧୋନି ଏବଂ ରଜନୀକାନ୍ତଙ୍କ ଫ୍ୟାନ୍ ଫଲୋୟର୍ସ ବହୁତ ଅଧିକ ରହିଛନ୍ତି ।

Related posts

ମହମରେ ବାବା ରାମଦେବ

mahabharatanews

୨.୬ କୋଟି ଲୋକ ଭାରତରେ ଏପର୍ଯ୍ୟନ୍ତ ନେଇନାହାନ୍ତି ଗୋଟିଏ ବି କରୋନା ଟୀକା

mahabharatanews

ସଞ୍ଜୟ ରାଉତଙ୍କ ଗିରଫଦାରୀ ନେଇ ସଂସଦରେ ହଙ୍ଗାମା

mahabharatanews