ନକାରାତ୍ମକ ଶକ୍ତି ସମସ୍ତଙ୍କ ଜୀବନର ପାଇଁ କ୍ଷତିକାରକ ହୋଇଥାଏ । କଣ ଆପଣ ଜାଣନ୍ତି ବାସ୍ତୁଶାସ୍ତ୍ର ଅନୁସାରେ ପାଞ୍ଚଟି ବସ୍ତୁ ଘରେ ନକାରାତ୍ମକ ଶକ୍ତିକୁ ଜନ୍ମ ଦେଇଥାଏ । ଏହି ସବୁ ବସ୍ତୁକୁ ଘରୁ କାଢ଼ିଦେବା ଆବଶ୍ୟକ ।
୧.ଆପଣ ଯଦି ଦେଖୁଛନ୍ତି ପୂଜା ଘରେ ଦେବଦେବୀ ସାମ୍ନା ସାମ୍ନି ସ୍ଥାପନ ହୋଇଛନ୍ତି ତେବେ ତାହାକୁ ତୁରନ୍ତ କାଢି ଦିଅନ୍ତୁ l କାରଣ ଏହିଭଳି ସ୍ଥାପନ କରିବା ଦ୍ୱାରା ଘରେ ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟି ନଥାଏ ।
୨.ଠାକୁର ଘରେ କିମ୍ବା ଘରର କୌଣସି ସ୍ଥାନରେ କୌଣସି ପ୍ରକାରର ଖଣ୍ଡିତ ମୂର୍ତ୍ତି ରଖିବା ଉଚିତ ନୁହେଁ ।
୩. ଅଧିକାଂଶ ସମୟ ଆମେ ଦେଖିଥାଉ ଗାମୁଛା ଓ ଶାଢ଼ୀ କାନି ଛିଡି ଯିବାର ,ଯଦି ଏପରି କିଛି ଲକ୍ଷ କରୁଛନ୍ତି ତେବେ ତାହାକୁ ତୁରନ୍ତ ତ୍ୟାଗ କରନ୍ତୁ l
୪. ଆମେ ସାଧାରଣତଃ ଦେଖିଥାଉ ଘରେ ବେଳେବେଳେ ଭଙ୍ଗା କାଚ ବାସନ କିମ୍ବା ଫଟା କାଚ ବାସନା ଦୀର୍ଘ ଦିନ ଧରି ରହିଥାଏ।
୫. ଘରେ କେବେବି ବନ୍ଦ ହୋଇଥିବା ଘଡି ରଖିବା ଉଚିତ ନୁହେଁ ,କାରଣ ଏଭଳି ଘଡି ଘରୁ ସକାରାତ୍ମକ ଶକ୍ତିକୁ ଦୂର କରିଥାଏ ।
