ଓଡିଶାଭାରତ

ନାରୀଶକ୍ତି ସମ୍ମାନରେ ସମ୍ମାନିତ ହେଲେ ଡ. ଶ୍ରୁତି ମହାପାତ୍ର

(ଦିଲ୍ଲୀ) : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୨୯ ଜଣ ମହିଳାଙ୍କୁ ‘ନାରୀଶକ୍ତି’ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡ଼ିଶାରୁ ସମାଜସେବୀ ଡ. ଶ୍ରୁତି ମହାପାତ୍ରଙ୍କୁ ‘ନାରୀଶକ୍ତି’ରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦିବ୍ୟାଙ୍ଗଙ୍କୁ ସଶକ୍ତିକରଣରେ ତାଙ୍କର ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଛି ।

ସୂଚନାନୁଯାୟୀ , କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଶ୍ରେଷ୍ଠ ମହିଳା ଓ ସଂଗଠନଗୁଡ଼ିକୁ ସମ୍ମାନିତ କରିବାକୁ ଏହି ‘ନାରୀଶକ୍ତି’ ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ. ଶ୍ରୁତି ମହାପାତ୍ରଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Related posts

ଡିସିପି ଅଫିସ ସିଲ

mahabharatanews

ସରିଲା ଆଲୋଚନା ; ଆଜିଠୁ ଖୋଲିବ ୟୁନିଟ୍‌-୧ ମାର୍କେଟ୍‌ 

mahabharatanews

“ମୋଦି କ୍ଷମତାର ଅହଙ୍କାରକୁ ନେଇ ଗିରଫ କରିଛନ୍ତି” : କେଜ୍ରିୱାଲଙ୍କ ପତ୍ନୀ

mahabharatanews