ଓଡିଶାଦୁର୍ଘଟଣା

ସିରିଜ ଦୁର୍ଘଟଣାରେ ଡ୍ରାଇଭର ଗୁରୁତର

କନ୍ଧମାଳ: ନୂଆଗାଁ ବ୍ଲକ ସୁରୁବାଲି ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁସାରେ ଦ୍ରୁତଗାମୀ ହାଇୱା ସିରିଜ ଦୁର୍ଘଟଣା ଘଟାଇବା ପରେ ଏକ ଘର ଭିତରକୁ ପଶିଯାଇଥିଲା। ହେଲେ ସୌଭାଗ୍ୟବଶତଃ ସମ୍ପୃକ୍ତ ଘର ଭିତରେ ଥିବା ପରିବାର ଲୋକେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଏଥି ସହିତ ହାଇୱାଟି ଏକ ଗଛକୁ ମଧ୍ୟ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଜଣଙ୍କ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ। ସମ୍ପୃକ୍ତ ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କ ଗୁରୁତର ଆହତ ହୋଇଥିଲେ। ଖବର ଅନୁସାରେ ହାଇୱାଟି ବାଲିଗୁଡା ଥାନା ଗଟାଙ୍ଗିରୁ ଦାରିଙ୍ଗିବାଡି ଯାଉଥିବାବେଳେ ସୁରୁବାଲି ଠାରେ ରାସ୍ତାକଡରେ ଥିବା ଏକ ଅଟୋକୁ ଧକ୍କା ଦେଇଥିଲା। ପରେ ସ୍ଥାନୀୟ ଅଞ୍ଚଳର ଶଙ୍କର ଦିଗାଲଙ୍କ ଘରକୁ ଭାଙ୍ଗିବା ସହ ଏକ ବଡ ଗଛକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଜଣଙ୍କ ଗାଡି ଭିତରେ ଫସି ରହିବା ସହ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ସ୍ଥାନୀୟ ଲୋକେ ଏହାଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପକ୍ଷରୁ ୪ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ଡ୍ରାଇଭର ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆହତ ଡ୍ରାଇଭରଙ୍କ ଘର ବୌଦ୍ଧ ଜିଲ୍ଲା ମନମୁଣ୍ଡାର ବୋଲି ଜଣାପଡିଛି।

Related posts

ବହୁଜନ କ୍ରାନ୍ତି ମୋର୍ଚ୍ଚାର ଭାରତ ବନ୍ଦ ଡାକରା

mahabharatanews

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

୩ରୁ ପ୍ରବଳ ବର୍ଷା ସମ୍ଭାବନା ,୧୪ ଜିଲ୍ଲାକୁ  ୟେଲୋ ୱାର୍ଣ୍ଣଂ ଜାରି

mahabharatanews