ଓଡିଶା

ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଟୋଲ ଗେଟରେ ଫସିବେ ଗାଡି ଚାଳକ

ଏଣିକି ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଟୋଲ ଗେଟରେ ଫସିବେ ଗାଡି ଚାଳକ । ଏନେଇ ନୂଆ ନିୟମ ଆଣିଛନ୍ତି ସରକାର । ଫେବୃଆରୀ ୧ରୁ ନୂଆ ନିୟମ ଲାଗୁ ହେବ । ଗାଡିର ବୀମା କିମ୍ବା ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ରିଚାର୍ଜ ହେବନି ଫାସଟ୍ୟାଗ । ଏଥିପାଇଁ ଟୋଲଗେଟରେ ଯିବା ବେଳେ ଗାଡି ଚାଳକଙ୍କୁ ଜରିମାନା ଦେବାକୁ ପଡି । ଏହି ନିୟମ ଫେବୃଆରୀ ୧ରୁ ଲାଗୁ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ସରକାର । ଓଡିଶା ସରକାର କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ନେଇଥିବା ନିଷ୍ପତିକୁ କାର୍ୟ୍ୟକାରୀ କରିବେ । ଗାଡିର ସମସ୍ତ କାଗଜପତ୍ର ଠିକ୍ ଥିଲେ ଟୋଲଗେଟ୍ ରେ ସମସ୍ୟା ହେବ ନାହିଁ । ସେହିପରି ଏପ୍ରିଲ ୧ରୁ ପ୍ରଦୂଷଣ ସାର୍ଟିଫିକେଟ ଏବଂ ଫିଟ୍ ନେସ ଯାଂଚ ବେଳେ ବାହାନ ଯାଂଚ ବାଧ୍ୟତାମୂଳକ କରାଯାଇଛି । ଗାଡି ମାଲିକ ଚାଲାଣ ଦେଇଥିଲେ ,ଗାଡିର ବୀମା ଥିଲେ ହିଁ ଫିଟନେସ ଓ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବ ।

ଗାଡିର ପରମିଟ୍ ଦେବାବେଳେ ବି ଏହାକୁ ଲାଗୁ କରିବାକୁ ନିୟମ କରାଯାଇଛି । ସବୁ ଗାଡ଼ି ପାଇଁ ପଲ୍ୟୁସନ୍ ଟେଷ୍ଟିଂ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ପ୍ରଥମେ ଫେବୃଆରୀ ୧ ଓ ପରେ ମାର୍ଚ୍ଚ ୩୧ ତାରିଖ ଯାଏଁ ଦେଇଛନ୍ତି ଡେଡ୍ ଲାଇନ୍ । ନିୟମ କଡ଼ା ହେବା ପରେ ପୁରା ଦମରେ ମାତିଛନ୍ତି ଦଲାଲ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଲୋକେ ବ୍ୟସ୍ତ ହେଉଛନ୍ତି, ଟେଷ୍ଟିଂ ସେଣ୍ଟର ଆଗରେ ଧାଡ଼ି ଲଗାଉଛନ୍ତି । ଆଉ ଲୋକଙ୍କ ବ୍ୟସ୍ତତାର ସୁଯୋଗ ନେଉଛନ୍ତି ଦଲାଲ, ହେଉଛନ୍ତି ମାଲାମାଲ୍ । ଓଡ଼ିଶାରୁ ନେଇ ୟୁପି, ହରିୟାଣା, ରାଜସ୍ଥାନ ଯାଏଁ ଏମାନେ ଅଛନ୍ତି ଆକ୍ଟିଭ୍ । ଜଣେ ଜଣେ ଦଲାଲ ଦିନକୁ ଆୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଆଉ ରାଜ୍ୟ ବାହାରର ଦଲାଲଙ୍କ ମାଧ୍ୟମ ସାଜିଛନ୍ତି ଆମ ରାଜ୍ୟର ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଓ କମନ ସର୍ଭିସ୍ ସେଣ୍ଟର । ବଡ଼ କଥା ହେଲା ପଲ୍ୟୁସନ ସେଣ୍ଟରକୁ ଗାଡ଼ି ନେବା ଦରକାର ନାହିଁ । ଚାଲାଣ ଥିଲେ ପଲ୍ୟୁସନ୍ ସାର୍ଟିଫିକେଟ୍ ହୋଇପାରିବା କଥା ନୁହେଁ । ଗାଡ଼ିର ଫାଇନ୍ ଥିଲେ ବି ମିଳିଯାଉଛି ପ୍ରମାଣପତ୍ର । କିନ୍ତୁ ଘରେ ବସି କେବଳ ଫୋନ୍ କଲ୍ ଓ ହ୍ବାଟସଆପ୍ ମାଧ୍ୟମରେ ହୋଇଯାଉଛି ପଲ୍ୟୁସନ୍ ସାର୍ଟିଫିକେଟ୍ ।

Related posts

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

mahabharatanews

ପୁରୀରେ ଆନ୍ତର୍ଜାତୀୟ ବେଳାଭୁମୀ ସଫେଇ ଦିବସ ଅନୁଷ୍ଠିତ

mahabharatanews

ଓଏଏସ ସ୍ତରରେ ବଡଧରଣର ଅଦଳବଦଳ

mahabharatanews