ଭାରତ

ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ, ୨୫୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଫିଗାନିସ୍ତାନରେ ବଡ଼ ଧରଣର ଭୂମିକମ୍ପ ଝଟକା ଅନୂଭତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଆଫଗାନିସ୍ତାନର ଦକ୍ଷିଣ ପୂର୍ବ ଭୂମିକମ୍ପର କେନ୍ଦ୍ରସ୍ଥଳୀ ବୋଲି ଜଣାପଡ଼ିଛି । ଭୂମିକମ୍ପରେ ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ୫୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆଫଗାନିସ୍ତାନ ବ୍ୟତୀତ ପାକିସ୍ତାନରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ପକ୍ତିକା ଓ ଖୋସ୍ତ ଅଂଚଳରେ ହୋଇଥିବା ଜଣାପଡ଼ିଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ଖୋସ୍ତ ସହରଠାରୁ ପାଖାପାଖି ୪୪ କିଲୋମିଟର ଦୂରରେ ସଂଘଠିତ ହୋଇଥିଲା ଏବଂ ବେଳେ ଏହାର ପ୍ରଭାବ ୫୧ କିଲୋମିଟର ଯାଏଁ ରହିଥିବା ସୂଚନା ମିଳିଛି ।

Related posts

୨୪ ଘଣ୍ଟାରେ ଦେଶରୁ ୩,୬୧୧ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଲସ୍କର-ଏ-ତୋଏବାର କାସିମ ଗୁଜ୍ଜରଙ୍କୁ ଆତଙ୍କବାଦୀ ଘୋଷଣା 

mahabharatanews

ବିଲ ଗେଟ୍ସଙ୍କୁ ଉପହାରରେ ଦାର୍ଜିଲିଂ ଏବଂ ନୀଳଗିରି ଚା ପତ୍ର 

mahabharatanews