Uncategorized

ପୁଣି ଦିଲ୍ଲୀରେ ଭୂକମ୍ପ: ତିବ୍ରତା ୨.୧

ନୂଆଦିଲ୍ଲୀ: ଆଜି ପୁଣି ନୂଆଦିଲ୍ଲୀରେ ଭୁକମ୍ପ ଅନୁଭୂତ । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତିବ୍ରତା ୨.୧ ବୋଲି କୁହାଯାଉଛି । ଆଜି ମଧ୍ୟାହ୍ନ ସମୟରେ ନୂଆଦିଲ୍ଲୀ-ଏନ୍‌ସିଆରରେ ଭୂକମ୍ପ ଝଟ୍‌କା ଅନୂଭୂତ ହୋଇଥିଲା । ଲୋକମାନେ ଭୂକମ୍ପ ଝଟ୍‌କା ପାଇବା ମାତ୍ରେ ଘରୁ ବାହାରକୁ ଚାଲିଆସିଥିବାର ଦେଖିବାକୁ ମିଳିଛି । ଏଥିରେ କୌଣସୀ କ୍ଷୟକ୍ଷତିର ହୋଇନଥିବା ସୂଚନା ରହିଛି । ଗତ ୨ ମାସ ଭିତରେ ଦିଲ୍ଲୀରେ ନିୟମିତ ୬ ଥର ଭୂକମ୍ପ ଅନୁଭୂତ ହୋଇଆସୁଛି । କିନ୍ତୁ ଏହି ଭୂକମ୍ପର ତିବ୍ରତା କମ ରହିଛି ।
୮ଜୁନ୍‌ରେ ୨.୧ ତିବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ସେହିପରି ୩ଜୁନ୍‌ରେ ନୋଏଡାରେ ୩.୨, ୨୯ ମେ ରେ ୪.୬ର ତିବ୍ରତା ରେକର୍ଡ କରାଯାଇଥିଲା । ୨୮ ମେ, ୨୦୨୦ ଓ ମେ ୨୯ର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତିବ୍ରତା ୨.୫ ରେକର୍ଡ କରାଯାଇଥିଲା । ୧୫ ମେ, ୨୦୨୦- ଦିଲ୍ଲୀରେ ପୁଣି ଥରେ ଭୂକମ୍ପ ଝଟ୍‌କା , ରିକ୍ଟର ସ୍କେଲରେ ୨.୨ତିବ୍ରତାର ରେକର୍ଡ କରାଯାଇଥିଲା । ୧୦ ମେ, ୨୦୨୦- ଦିଲ୍ଲୀରେ ୧.୪୫ ମିନିଟରେ ୩.୫ର ଭୂକମ୍ପ ଝଟ୍‌କା ଅନୂଭୂତ ହୋଇଥିଲା ।

Related posts

ଆନ୍ଧ୍ର ରାଜ୍ୟପାଳଙ୍କ ୪ କର୍ମଚାରୀ ସଂକ୍ରମିତ, ସେମାନଙ୍କର ନାହିଁ କୌଣସି ଟ୍ରାଭେଲ ହିଷ୍ଟ୍ରି

mahabharatanews

ଦେଶରେ ୨୪ ଘଣ୍ଟାରେ ୬୧ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଆମେରିକା ସେନାବାହିନୀକୁ ଆତଙ୍କବାଦୀ ଘୋଷଣା କଲା ଇରାନ

mahabharatanews