ଓଡିଶା

ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ହାଇକୋର୍ଟରେ ମାମଲା

କଟକ: ମହାପ୍ରଭୁଙ୍କ ସ୍ନାନଯାତ୍ରା ସମୟରେ ନିୟୋଜିତ ଦଇତାସେବକ ଓ ମୁଦିରସ୍ତ ପ୍ରମୁଖ କୋଭିଡ-୧୯ ନିୟମର ଉଲ୍ଲଙ୍ଘନ କରିଥିବାରୁ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ସ୍ନାନଯାତ୍ରା ଅବସରରେ ସେବାୟତମାନେ ମାସ୍କ ପରିଧାନ କରି ନ ଥିବା ଓ ସାମାଜିକ ଦୂରତ୍ୱ ରକ୍ଷା କରି ନ ଥିବା ଦେଖାଯାଇଥିଲା ।
ଏଥିନେଇ ଦିଲ୍ଲୀପ କୁମାର ରାୟ ନାମକ ଜନୈକ ଆଇନଜୀବୀ ଆଜି ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ସେ ଦର୍ଶାଇଛନ୍ତି ଯେ ଆଗକୁ ରଥଯାତ୍ରା ଆସୁଥିବାରୁ ସେ ସମୟରେ ମଧ୍ୟ ସାମାଜିକ ଦୂରତା ଭଙ୍ଗ ହେବାର ଆଶଙ୍କା ରହିଛି । ତେଣୁ ହାଇକୋର୍ଟ ଏ ନେଇ ନିର୍ଦ୍ଦେଶନାମା ଜାରି କରିବାକୁ ସେ ଆବେଦନ କରିଛନ୍ତି । ରଥଯାତ୍ରା ସମୟରେ ସେବକମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ନେଇ ମାନ୍ୟବର ହାଇକୋର୍ଟଙ୍କ ଆବେଦନ କରିଛନ୍ତି ।

Related posts

୨୬ରେ ଦୁଇ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews

୨୦୨୫ ମାର୍ଚ୍ଚ ସୁଦ୍ଧା ସମସ୍ତ ଗାଁକୁ ପହଞ୍ଚିଯିବ ନେଟୱର୍କ : ମନ୍ତ୍ରୀ ମୁକେଶ ମହାଲିଙ୍ଗ

mahabharatanews

ଚିନ୍ତା ବଢ଼ାଇଛି ସାଇବର ଠକ , ଲୁଟିନେଲେଣି କୋଟିରୁ ଅଧିକ ଟଙ୍କା

mahabharatanews

Leave a Comment