ଓଡିଶା

ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ହାଇକୋର୍ଟରେ ମାମଲା

କଟକ: ମହାପ୍ରଭୁଙ୍କ ସ୍ନାନଯାତ୍ରା ସମୟରେ ନିୟୋଜିତ ଦଇତାସେବକ ଓ ମୁଦିରସ୍ତ ପ୍ରମୁଖ କୋଭିଡ-୧୯ ନିୟମର ଉଲ୍ଲଙ୍ଘନ କରିଥିବାରୁ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ସ୍ନାନଯାତ୍ରା ଅବସରରେ ସେବାୟତମାନେ ମାସ୍କ ପରିଧାନ କରି ନ ଥିବା ଓ ସାମାଜିକ ଦୂରତ୍ୱ ରକ୍ଷା କରି ନ ଥିବା ଦେଖାଯାଇଥିଲା ।
ଏଥିନେଇ ଦିଲ୍ଲୀପ କୁମାର ରାୟ ନାମକ ଜନୈକ ଆଇନଜୀବୀ ଆଜି ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ସେ ଦର୍ଶାଇଛନ୍ତି ଯେ ଆଗକୁ ରଥଯାତ୍ରା ଆସୁଥିବାରୁ ସେ ସମୟରେ ମଧ୍ୟ ସାମାଜିକ ଦୂରତା ଭଙ୍ଗ ହେବାର ଆଶଙ୍କା ରହିଛି । ତେଣୁ ହାଇକୋର୍ଟ ଏ ନେଇ ନିର୍ଦ୍ଦେଶନାମା ଜାରି କରିବାକୁ ସେ ଆବେଦନ କରିଛନ୍ତି । ରଥଯାତ୍ରା ସମୟରେ ସେବକମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ନେଇ ମାନ୍ୟବର ହାଇକୋର୍ଟଙ୍କ ଆବେଦନ କରିଛନ୍ତି ।

Related posts

ସମ୍ମାନ: ଗଲୱାନ ଘାଟି ସହିଦଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକରେ ଉଲ୍ଲେଖ ହେବ

mahabharatanews

ନବରଙ୍ଗପୁରରେ ଜିଲ୍ଲା କଂଗ୍ରେସର ବନ୍ଦ ଡାକରା

mahabharatanews

ଆଜି ଓଡିଶା ଆସୁଛନ୍ତି  ଏସ୍‌. ଜୟଶଙ୍କର 

mahabharatanews