ଭାରତ

ବିଦେଶୀ ଫଣ୍ଡିଂରେ ଗଡବଡ ନେଇ ବିବିସି ବିରୋଧରେ ଇଡିର ଆକ୍ସନ

ନୂଆଦିଲ୍ଲୀ: ନ୍ୟୁଜ୍ ପ୍ରସାରକ ବିବିସି ଇଣ୍ଡିଆର ଅସୁବିଧା ବଢ଼ିବାରେ ଲାଗିଛି । ବିଦେଶୀ ଅର୍ଥ ମାମଲାରେ ବିବିସି ଇଣ୍ଡିଆ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (ଫେମା) ଅନୁଯାୟୀ ଇଡି ବିବିସି ଇଣ୍ଡିଆ ବିରୋଧରେ ମାମଲା ପଞ୍ଜୀକୃତ କରିଛି।କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କହିଛି ଯେ ଗୁରୁବାର ବୈଦେଶିକ ମୁଦ୍ରା ଉଲ୍ଲଂଘନ ମାମଲାରେ ବିବିସି ଇଣ୍ଡିଆ ବିରୋଧରେ ମାମଲା ରୁଜୁ କରିଛି। ଏହା ପ୍ରଥମ ଥର ପାଇଁ ହୋଇଛି ଯେ, ଭାରତରେ ବିବିସି ବିରୋଧରେ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଚଳିତ ବର୍ଷ ଫେବୃଆରୀ ୨୦୨୩ ରେ ଆୟକର ବିଭାଗର ଅଧିକାରୀମାନେ ଦିଲ୍ଲୀର ବିବିସି କାର୍ୟ୍ୟାଳୟରେ ଚଢ଼ଉ କରିଥିଲେ ଏବଂ ଏହା ସହ ଜଡିତ ଦଲିଲଗୁଡ଼ିକୁ ମଧ୍ୟ ଯାଞ୍ଚ କରିଥିଲେ। ଏ ବାବଦରେ ଏକ ସରକାରୀ ବିବୃତ୍ତି ପ୍ରଦାନ କରି ଆୟକର ବିଭାଗ କହିଛି ଯେ ଏଫଡିଆଇ ଉଲ୍ଲଂଘନ ମାମଲାରେ ସେମାନେ ବିବିସିର ଯାଞ୍ଚ କରିବେ। ଏହି ସଂପର୍କରେ, ଆଜି ଇଡି ବିବିସି ଉପରେ ବୈଦେଶିକ ବିନିମୟ ଉଲ୍ଲଂଘନ ଆଇନ (ଫେମା ପାଣ୍ଠି ଅନିୟମିତତା) ଅନୁଯାୟୀ ଏକ ମାମଲା ରୁଜୁ କରିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇଡି କମ୍ପାନୀର କିଛି ଅଧିକାରୀଙ୍କୁ ୠଋଗଇ ଅଧୀନରେ ଅନୁଷ୍ଠାନ ସହ ଜଡିତ ଡକ୍ୟୁମେଣ୍ଟ ଏବଂ ଷ୍ଟେଟମେଣ୍ଟ ଦାଖଲ କରିବାକୁ କହିଛି।
ସୂଚନା ଥାଉକି, କିଛି ମାସ ପୂର୍ବେ ଗୁଜୁରାଟ ଦଙ୍ଗା ଉପରେ ଡକ୍ୟୁମେଣ୍ଟାରୀକୁ ନେଇ ବିବିସି ବିବାଦ ଘେରକୁ ଆସିଥିଲା। ଏହି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ଉପରେ କେନ୍ଦ୍ର ସରକାର ରୋକ ଲଗାଇଥିଲେ। ଔପନିବେଶିକ ମାନସିକତା ଦ୍ୱାରା ଏହା ଅନୁପ୍ରାଣିତ ଏବଂ ବିଭ୍ରାନ୍ତକାରୀ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଏଥି ସହିତ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଡକ୍ୟୁମେଣ୍ଟାରୀର ଲିଙ୍କ୍ ଅଂଶୀଦାର କରୁଥିବା ସମସ୍ତ ୟୁଟ୍ୟୁବ୍ ଭିଡିଓ ଏବଂ ଟ୍ୱିଟର ପୋଷ୍ଟକୁ ଅବରୋଧ କରିବାକୁ ଏକ ନିର୍ଦ୍ଦେଶନାମା ଜାରି କରିଥିଲା।

Related posts

ଅଚାନକ ଅଗ୍ନିକାଣ୍ଡରେ ୭ ମୃତ

mahabharatanews

ଇସ୍ତଫାକୁ ନେଇ ମୁହଁ ଖୋଲିଲେ ମଣିପୁର ମୁଖ୍ୟମନ୍ତ୍ରୀ  

mahabharatanews

ଆଜିଠୁ ଆରମ୍ଭ ମୌସୁମୀ ଅଧିବେଶନ

mahabharatanews