ଭାରତ

ମୃତ୍ୟୁ ପରେ ବି ଜୀବିତ ଅଛନ୍ତି ସୁଶାନ୍ତ, ତାଙ୍କର ଅଙ୍ଗ ଦାନ ପାଇଁ ପାଇଲେ ୪ନୂଆ ଜୀବନ

ଝାରଖଣ୍ଡର: ମୃତ୍ୟୁ ପରେ ବି ଜୀବିତ ଅଛନ୍ତି ସୁଶାନ୍ତ । ସୁଶାନ୍ତ ଲଣ୍ଡନରେ ଫେସବୁକରେ କାର୍ୟ୍ୟରତ ଥିଲେ । ସେଠାରେ ତାଙ୍କ କୌଣସି କାରଣରୁ ଦେହାନ୍ତ ହୋଇଯାଉଥିଲା ପରେ ବପରିବାର ଲୋକେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡିକୁ ଦାନ କରିଦେଇଥିଲେ । ତାଙ୍କର ଏହି ଅଙ୍ଗ ଦାନ ପାଇଁ ୪ ଜଣ ନୂଆ ଜୀବନ ପାଇବା ସହ ସୁସ୍ଥ ଭାବେ ବଞ୍ଚି ପାରିଛନ୍ତି । ସୂଚନା ଅନସାରେ , ଝାରଖଣ୍ଡର ବୋକାରୋ ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିବା ସୁରେନ୍ଦ୍ର ସିଂଙ୍କ ଏକମାତ୍ର ପୁଅ ସୁଶାନ୍ତି ସିଂ ଲଣ୍ଡନରେ ଫେସବୁକ୍ରେ ସଫ୍ଟୱେର ଇଞ୍ଜିନିଅର ଭାବେ କାମ କରୁଥିଲେ । ସେଠାରେ ପତ୍ନୀଙ୍କ ସହ ରହୁଥିଲେ । ହେଲେ ହଠାତ୍ ମାର୍ଚ୍ଚ ୧୯ ତାରିଖରେ ସେ ଅସୁସ୍ଥ ହୋଇପଡିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ତାଙ୍କ ପତ୍ନୀ ଫୋନ କରି ଘର ଲୋକଙ୍କୁ ଜଣାଇଥିଲେ । ଘର ଲୋକ ଯାଇ ପହଞ୍ଚିବା ବେଳକୁ ସୁଶାନ୍ତଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ତାଙ୍କ ବ୍ରେନ ହାମ୍ରେଜ୍ ହୋଇଥିବା କହିଥିଲେ ଡାକ୍ତର । ମାର୍ଚ୍ଚ ୨୨ ତାରିଖରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟରେ ଭାଙ୍ଗିନପଡି ବରଂ ଏକ ଦୃଢ ପଦକ୍ଷେପ ନେଲେ ସୁଶାନ୍ତଙ୍କ ବାପା, ମା’ । ପୁଅର ଅଙ୍ଗକୁ ଦାନ କରିବାକୁ ନିଷ୍ପତ୍ତି ନେଇ ଅଙ୍ଗଦାନ କେନ୍ଦ୍ରକୁ ଫୋନ କରିଥିଲେ । ଏବେ ସୁଶାନ୍ତଙ୍କ ହାର୍ଟ , କିଡନୀ, ଲିଭର ଓ ଆଖି ପାଇଁ ୪ଜଣ ବ୍ୟକ୍ତି ନୂଆ ଜୀବନ ପାଇଛନ୍ତି ।

Related posts

୨୦୦ କୋଟି ଠକେଇ ମାମଲାରେ ପକ୍ଷପାତ ଅଭିଯୋଗ ଆଣିଲେ ଜ୍ୟାକ୍‌ଲିନ୍‌

mahabharatanews

ସିଦ୍ଧାରମେୟାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେନି ଉଦ୍ଧବ ଠାକରେ

mahabharatanews

ଭାଙ୍ଗିଲା ୨୦ ବର୍ଷର ପରାଜୟ ଧାରା

mahabharatanews

Leave a Comment