ସାଲେପୁର : ରାଜ୍ୟ ସରକାରଙ୍କ ଶିକ୍ଷା ସଚେତନ ନିତି ଅନୁଯାଇ ସମଗ୍ର ରାଜ୍ୟ ରେ ଶିକ୍ଷା ରଥ ପରିଭ୍ରମଣ କରୁଛି । ଏହି ପରିପ୍ରେକ୍ଷୀରେ ସମସ୍ତେ ସରକାରୀ ବିଦ୍ୟାଳୟକୁ ଆସିବା ପାଇସାଲେପୁର ଶିକ୍ଷା ମଣ୍ଡଳ ତରଫରୁ ଶିକ୍ଷା ରଥର ଶୁଭାରମ୍ଭ ହୋଇଛି । ସାଲେପୁର ବି.ଇ.ଓ. ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଥିଲେ ।
କୋରାନା ମହାମାରୀ ପରେ ସମସ୍ତ ବିଦ୍ୟାଳୟ ଖୋଲିଛି। ସମସ୍ତ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ଆସି ଶିକ୍ଷା ଗ୍ରହଣ କରିବା ଲକ୍ଷ ନେଇ ଏହି ଶିକ୍ଷା ରଥ ପ୍ରତେକ ସ୍କୁଲକୁ ପରିଭ୍ରମଣ କରୁଛି । ଵିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଏହି ରଥକୁ ସ୍ୱାଗତ କରୁ ଥିବା କହିଛନ୍ତି ।