ଭାରତ

ଅବଧି ପୂର୍ବରୁ ହୋଇପାରେ ୨୦୨୪ ଇଲେକ୍ସନ ! 

(ଦିଲ୍ଲୀ) :  ୧୮ ତାରିଖରୁ ବସିବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ । ତେବେ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସଭା ଏବଂ ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ନେଇ ସୂଚନା ରହିଛି । ବିଶେଷକରି ଇଲେକ୍ସନ ୨୦୨୪ ଜଲଦି କରିବା ଉପରେ ହୋଇପାରେ ଆଲୋଚନା  ।

ସୂଚନାନୁଯାୟୀ , ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇ ପୋଷ୍ଟ କରିଥିବା ଫଟୋରେ ସଂସଦର ଉଭୟ ନୂତନ ଏବଂ ପୁରୁଣା ଅଟ୍ଟାଳିକା ଦୃଶ୍ୟମାନ ହେଉଛି । ଏପରିକି ମୌସୁମୀ ଅଧିବେଶନର ବହୁ ଆଗରୁ ଉଦଘାଟନ ହୋଇଥିଲା । କିନ୍ତୁ ମୌସୁମୀ ଅଧିବେଶନ ନୂଆ ସଂସଦରେ ହୋଇପାରିନଥିଲା । ପ୍ରଥମ ଅଧିବେଶନ ପାଇଁ ଶୁଭ ସମୟ ନଥିଲା ବୋଲି ଆଲୋଚନା ହେଉଛି । ତେଣୁ ବର୍ତ୍ତମାନ ଶୁଭ ସମୟରେ ନୂତନ ସଂସଦ ଗୃହରେ ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବ ।

Related posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଲେ ମୀରାବାଈ ଚାନୁ

mahabharatanews

ଫ୍ୟାନ୍ସଙ୍କୁ ଘାଇଲା କଲା ରାକ୍ଷୀଙ୍କ ଏହି ଲୁକ୍

mahabharatanews

ଜାକଲିନଙ୍କ ମିଛକୁ ଧାରା ପକାଇଲା ଇଡି

mahabharatanews