ଓଡିଶା

ଖଳାରେ ପଶି ଧାନ ଖାଇଗଲେ ହାତୀପଲ

(ମହାଭାରତ, ଚିକିଟି): ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଗୋବିନ୍ଦନଗର ଅଞ୍ଚଳରେ ପୁଣି ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଏଠାରେ ଏକ ଖଳାରେ ପଶି ଧାନ ଖାଇ ଅନ୍ୟାନ୍ୟ କ୍ଷୟକ୍ଷତି କରିଛନ୍ତି । ହାତୀପଲଙ୍କ ଏଭଳି ଉପଦ୍ରବରେ ଗାଁଲୋକେ ଭୟଭୀତ ହୋଇପଡିଛନ୍ତି । ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଚିକିଟି ବ୍ଲକ ଗୋବିନ୍ଦପୁର ଅଞ୍ଚଳରେ ୧୨ ଟିକିଆ ହାତୀପଲଙ୍କ ଚଳପ୍ରଚଳ ବୃଦ୍ଧି ପାଇଥିଲା । ତେବେ ଗତ ଶନିବାର ରାତିରେ ଏହି ହାତୀପଲ ଗାଁ ଭିତରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଗାଁ ଏକ ଖଳାରେ ଅମଳ ହୋଇ ରହିଥିବା ୧୫୦ ବସ୍ତାରୁ ଅଧିକ ଧାନ ଖାଇ ନଷ୍ଟ କରିବା ସହ କିଛି ସ୍ଥାନରେ ଘର ଦ୍ୱାର ମଧ୍ୟ ଭାଙ୍ଗିଥିବା ଜଣାପଡିଛି । ହାତୀପଲଙ୍କ ଉତ୍ପାତରେ ଗାଁ ଲୋକ ଆତଙ୍କିତ ହେବା ସହ ସେମାନଙ୍କୁ ଘଉଡାଇବା ପାଇଁ ବନ ବିଭାଗକୁ ଖବର ଦେଇଥିବା ଜଣାପଡିଛି ।

Related posts

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ନିରୀକ୍ଷଣ କଲେ ମୁଖ୍ୟ ଶାସନ ସଚିବ

mahabharatanews

ଟଙ୍କା ମାଗିବାରୁ ପାନ ଦୋକାନୀକୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ ଦୁର୍ବୁତ୍ତ

mahabharatanews

୧୧ରୁ ବଦଳିବ ପାଗ  

mahabharatanews