ଓଡିଶା

ଖଳାରେ ପଶି ଧାନ ଖାଇଗଲେ ହାତୀପଲ

(ମହାଭାରତ, ଚିକିଟି): ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଗୋବିନ୍ଦନଗର ଅଞ୍ଚଳରେ ପୁଣି ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଏଠାରେ ଏକ ଖଳାରେ ପଶି ଧାନ ଖାଇ ଅନ୍ୟାନ୍ୟ କ୍ଷୟକ୍ଷତି କରିଛନ୍ତି । ହାତୀପଲଙ୍କ ଏଭଳି ଉପଦ୍ରବରେ ଗାଁଲୋକେ ଭୟଭୀତ ହୋଇପଡିଛନ୍ତି । ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଚିକିଟି ବ୍ଲକ ଗୋବିନ୍ଦପୁର ଅଞ୍ଚଳରେ ୧୨ ଟିକିଆ ହାତୀପଲଙ୍କ ଚଳପ୍ରଚଳ ବୃଦ୍ଧି ପାଇଥିଲା । ତେବେ ଗତ ଶନିବାର ରାତିରେ ଏହି ହାତୀପଲ ଗାଁ ଭିତରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଗାଁ ଏକ ଖଳାରେ ଅମଳ ହୋଇ ରହିଥିବା ୧୫୦ ବସ୍ତାରୁ ଅଧିକ ଧାନ ଖାଇ ନଷ୍ଟ କରିବା ସହ କିଛି ସ୍ଥାନରେ ଘର ଦ୍ୱାର ମଧ୍ୟ ଭାଙ୍ଗିଥିବା ଜଣାପଡିଛି । ହାତୀପଲଙ୍କ ଉତ୍ପାତରେ ଗାଁ ଲୋକ ଆତଙ୍କିତ ହେବା ସହ ସେମାନଙ୍କୁ ଘଉଡାଇବା ପାଇଁ ବନ ବିଭାଗକୁ ଖବର ଦେଇଥିବା ଜଣାପଡିଛି ।

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

mahabharatanews

କରୋନା ଯୁଦ୍ଧରେ ୯୫ ବର୍ଷୀୟ ବୃଦ୍ଧଙ୍କ ବିଜୟ

mahabharatanews

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ: କୋଭିଡ୍-୧୯ ଗାଇଡଲାଇନ୍ କଡ଼ାକଡ଼ି  ପାଳନ କର

mahabharatanews

Leave a Comment