ଓଡିଶା

ସୁନ୍ଦରଗଡ଼ କୁରେଇବଗା ଗାଁରେ ହାତୀ ଆତଙ୍କ

ସୁନ୍ଦରଗଡ: ସୁନ୍ଦରଗଡ ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁରେଇବଗା ଗାଁରେ ହାତୀ ଆତଙ୍କ । ଘରଦ୍ବାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛି ଦନ୍ତା ହାତୀ । ହାତୀ ଘଉଡ଼ାଇବାକୁ ନୟାନ୍ତ ହେଲାଣି ବନବିଭାଗ । ଆତଙ୍କିତ ସ୍ଥାନୀୟ ବାସିନ୍ଦା । ଜଙ୍ଗଲି ହାତୀ ବାମରା ଫରେଷ୍ଟ ରେଞ୍ଜରୁ ଆସି ଏହି ଗାଁରେ ଆତଙ୍କ ସୃଷ୍ଟି କରିଛି । ଗାଁ ଭିତରକୁ ଗୋଟିକିଆ ଦନ୍ତା ପଶି ଆସି ଫସଲ ନଷ୍ଟ କରିବା ସହିତ, ୨ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି । ଏହା ସହିତ ଲୋକଙ୍କୁ ଗୋଡାଉଛି। ହାତୀ ଗାଁକୁ ପଶି ଆସିବା ପରେ ବନବିଭାଗ ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି। ରାତି ତମାମ ବନବିଭାଗ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିବା ବେଳେ ସକ୍ଷମ ହୋଇପାରିନାହିଁ ।

Related posts

ପୁଣି ଓଲଟିଲା ଯାତ୍ରୀବାହୀ ବସ, ୧୪ ଗୁରୁତର  

mahabharatanews

ଚଳନ୍ତା କାରରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

mahabharatanews

କେମିତି ମଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେଇଆ ଲଳିତ ସାହୁ ? ରାତି ଅଧିଆ ପୋଷ୍ଟ ମର୍ଟମ ନେଇ ଉଠିଲା ପ୍ରଶ୍ନ

mahabharatanews

Leave a Comment