Uncategorized

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

(ଶ୍ରୀନଗର): ଜମ୍ମୁ-କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନାକୁ ସୁରକ୍ଷାକର୍ମୀମାନେ ପଣ୍ଡ କରିଦେଇଛନ୍ତି । ନଗରୋଟା ଜାତୀୟ ରାଜପଥ ବନ୍ ଟୋଲ୍ ପ୍ଲାଜାଠାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ବିପୁଳ ପରିମାଣର ବିସ୍ଫୋରକ ଓ ମାରଣାସ୍ତ୍ର ଜବତ ହୋଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଜମ୍ମୁ-ଶ୍ରୀନଗର ନଗରୋଟା ଜାତୀୟ ରାଜପଥରେ ଶ୍ରୀନଗର ଅଭିମୁଖେ ଯାଉଥିବା ଏକ ଟ୍ରକ୍କୁ ପୋଲିସ ବନ୍ ଟୋଲ ପ୍ଲାଜା ଠାରେ ଅଟକାଇଥିଲା । ଏହି ସମୟରେ ଟ୍ରକ ମଧ୍ୟରେ ଥିବା ୩ରୁ ୪ ଜଣ ଆତଙ୍କବାଦୀ ସେମାନଙ୍କ ଉପରକୁ ଅତର୍କିତ ଭାବେ ଗୁଳିମାଡ଼ କରିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଓ ସୁରକ୍ଷାକର୍ମୀମାନଙ୍କ ପକ୍ଷରୁ ପାଲଟା ଜବାବ ମଧ୍ୟ ଦିଆଯାଇଥିଲା । ପ୍ରଥମେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଅନ୍ୟମାନେ ଗ୍ରେନେଡ ମାଡ କରି ଖସି ଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସୁରକ୍ଷାକର୍ମୀମାନେ ସେପରି ହେବାକୁ ସୁଯୋଗ ଦେଇନଥିଲେ । ଦୀର୍ଘ ସମୟ ଧରି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଏଥିରେ ଅନ୍ୟ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ଏନକାଉଣ୍ଟରରେ ଜଣେ ପୋଲିିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ, ସେହି ଅଞ୍ଚଳରେ ଆହୁରି ୪ ଅ।।ତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରି ସ୍ଥାନୀୟ ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।

Related posts

ସୀମାପାର ଅସ୍ତ୍ର ଚାଲାଣ ଅଭିଯୋଗରେ ୩ ଗିରଫ

mahabharatanews

ସଂସଦରେ ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ମହାମାରୀର ମୁକାବିଲାରେ ପାଣ୍ଠି ସମସ୍ୟା ରହିଛି: ଡବ୍ଲୁଏଚଓ

mahabharatanews