Uncategorized

ବଗିକୁ ଛାଡି ଚାଲିଗଲା ଇଞ୍ଜିନ, ମଝି ରାସ୍ତାରେ ଭୋକରେ ଶ୍ରମିକ

ସୁରଟ: ଗୁଜରାଟର ସୁରଟରୁ ଉତ୍ତର ପ୍ରଦେଶ ପ୍ରୟାଗରାଜ ଯାଉଥିବା ଏକ ଟ୍ରେନରେ ପ୍ରବାସୀ ଶ୍ରମିକ ଯାତ୍ରା କରୁଥିବା ବେଳେ ଇଞ୍ଜିନ ବଗିକୁ ଛାଡି ଚାଲି ଯାଇଛି । ଡବା ରେଳ ଧାରଣା ଉପରେ ପଡିରହିଛି ଓ ଭୋକ ଉପାସରେ ଆଉଟୁ ପ।।ଉଟୁ ହେଉଛନ୍ତି ଶ୍ରମିକ । ଘଟଣା ଇଞ୍ଜିନ ସହ ୩ଟି ବଗି ଭଟୋଲି ଷ୍ଟେସନରୁ ଅଲଗା ହୋଇ ଆଗକୁ ଚାଲିଯାଇଥିଲା ଏବଂ ବାକି ୨୦ ଟି ବଗି ପଛରେ ରହିଯାଇଛି ।
ଏହି ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କହିଛନ୍ତି ଯେ, ଫ୍ୟୁଜନ ଯୋଗୁଁ ଟ୍ରେନର ୨୦ଟି ବଗି ପଛରେ ରହିଯାଇଥିଲା । ଏକ ବଡ ଦୁର୍ଘଟଣା ଘଟିବା ପୂର୍ବରୁ ସେମାନେ ରକ୍ଷା ପାଇଯାଇଛନ୍ତି ବୋଲି ଯାତ୍ରୀ ଜଣକ କହିଛନ୍ତି । ସେ କହିଛନ୍ତି ଯେ ଶନିବାର ଦିନ ସୁରଟରୁ ଇଲାହାବାଦକୁ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ଏବେ ଯାଏଁ ତାଙ୍କୁ କିଛି ଖାଇବାକୁ କିମ୍ବା ପିଇବାକୁ ମିଳିନାହିଁ । ଭୋକରେ ଯାତ୍ରୀ ଡହଳବିକଳ ହେଉଛନ୍ତି । କାରଣ ଟ୍ରେନ ସେଠାରେ ୩ ଘଣ୍ଟା ପର୍ୟ୍ୟନ୍ତ ଅଟକି ରହିଥିଲା ।

Related posts

ବିରୋଧୀଙ୍କ ବୈଠକରେ ଯୋଗ ଦେବେନି ମମତା

mahabharatanews

ଆମେରିକାକୁ ଚୀନର ଚେତାବନୀ: କନ୍‌ସୁଲେଟ୍ ବନ୍ଦ କଲେ ପ୍ରତିଶୋଧ ନିଆଯିବ

mahabharatanews

କୋରୋନା ଆତଙ୍କ, ଡାଇମଣ୍ଡ କ୍ରୁଜରେ ୨ ଜଣଙ୍କ ମୃତ୍ୟୁ

mahabharatanews