ଭାରତ

 ଇନ୍ଧନ ଡିପୋରେ ବଡ଼ ଧରଣର ଅଗ୍ନିକାଣ୍ଡ , ୩୪ ମୃତ

(ନାଇଜେରିଆ) :  ଇନ୍ଧନ ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ । ନାଇଜେରିଆ ସୀମା ନିକଟ ବେନିନରେ ଥିବା ଏକ ଇନ୍ଧନ ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଦୁଇ ପିଲା ମଧ୍ୟ ଅଛନ୍ତି ବୋଲି କୁହାଯାଉଛି । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି ।

ସୂଚନାନୁସାରେ, ଅଗ୍ନିକାଣ୍ଡ ଯୋଗୁଁ ବିସ୍ଫୋରଣ ହୋଇଥିଲା । ଏହି ଅଗ୍ନିକାଣ୍ଡ ଶନିବାର ରାତିରେ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ତୈଳ ଡିପୋରେ ବିସ୍ଫୋରଣ ହୋଇଥିଲା । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଆଧାରରେ ଘଟଣା ସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ, ପୋଲିସ ଏବଂ ମେଡିକାଲ ଟିମକୁ ନିୟୋଜିତ କରାଯାଇଥିଲା । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକାଂଶ ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।

Related posts

ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି

mahabharatanews

ନଦୀକୁ ଖସିଲା ଶ୍ରଦ୍ଧାଳଙ୍କୁୁ ନେଇଯାଉଥିବା ଟ୍ରାକ୍ଟର, ୧୩ ମୃତ ୨୦ ଆହତ

mahabharatanews

ମଧ୍ୟାହ୍ନ ଭୋଜନରେ ଛାତ୍ରୀଛାତ୍ରଙ୍କୁ ଦିଆଗଲା ଭାତ ସହ ଲଙ୍କାଗୁଣ୍ଡ

mahabharatanews