ଭାରତ

ଚାଷୀ ଆନ୍ଦୋଳନ : ‘ଏକ୍ସପ୍ରେସ ୱେ’ରେ ଟ୍ରାଫିକ୍‌ ସମସ୍ୟା

(ଦିଲ୍ଲୀ) : ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଗ୍ୟାରେଣ୍ଟି ଆଇନ ଏବଂ ଅନ୍ୟାନ୍ୟ ଦାବି ନେଇ ଗତକାଲିଠାରୁ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ଆଜି ଜୋର୍‌ଦାର ହୋଇଛି । ପଞ୍ଜାବ-ହରିୟାଣା ସୀମାରେ ଆଜି ମଧ୍ୟ ହଜାର ହଜାର ଚାଷୀ ‘ଦିଲ୍ଲୀ ଚଲୋ’ ଅଭିଯାନରେ ସାମିଲ ହୋଇଛନ୍ତି ଏବଂ ବ୍ୟାରିକେଡ ହଟାଇବାକୁ ଉଦ୍ୟମ କରି ପୁଲିସ ସହ ମୁହାଁମୁହିଁ ହୋଇଛି । ଦିଲ୍ଲୀ ଏବଂ ଏହାର ଆଖପାଖ ସହରଗୁଡ଼ିକରେ ଟ୍ରାଫିକ୍ କଟକଣା ଏବଂ ପ୍ରବଳ ପୁଲିସ ବ୍ୟାରିକେଡିଂ ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ‘ଏକ୍ସପ୍ରେସ ୱେ’ରେ କ୍ରମାଗତ ଦ୍ବିତୀୟ ଦିନ ପାଇଁ ଭୀଷଣ ଟ୍ରାଫିକ୍‌ ସମସ୍ୟା ଲୋକଙ୍କୁ ହନ୍ତସନ୍ତ କରିଛି।

ସୂଚନାନୁଯାୟୀ , ଦୁଇ ଦିନ ଧରି ଚାଲିଥିବା ସଂଘର୍ଷରେ ଅନେକ ଚାଷୀ ଓ ପୁଲିସ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଚାଷୀ ନେତାମାନେ ରାଜି ହୋଇଥିବା ଜଣାପଡ଼ିଛି। ଆସନ୍ତାକାଲି ସନ୍ଧ୍ୟାରେ ଚଣ୍ଡିଗଡ଼ରେ ଆଲୋଚନା ହେବ । ଏହି ପ୍ରସଙ୍ଗରେ ସରକାରଙ୍କ ସହ ଗଠନମୂଳକ ଆଲୋଚନା କରିବାକୁ ସେ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକୁ ଅନୁରୋଧ କରିଛନ୍ତି।

Related posts

ଦେଶରେ ୧୨୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଗୁଜୁରାଟରୁ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହେବେ ବିଜେପତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟ ପ୍ରକାଶ ନାଡ୍ଡ

mahabharatanews

କଂଗ୍ରେସରୁ ପ୍ରାର୍ଥୀ ହେବେ ସ୍ୱରା ଭାଷ୍କର

mahabharatanews