Accidentଓଡିଶାଦୁର୍ଘଟଣା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭାରସାମ୍ୟ ହରାଇ ଓଲଟିଲା ବସ

ଯାଜପୁର: ଭାରସାମ୍ୟ ହରାଇ ଓଲଟିଲା ବସ, ୧୯ ଜଣ ଆହତ ।  ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାହାପୁର ନିକଟରେ। ବସ୍‌ର ସମସ୍ତ ଯାତ୍ରୀ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି।  ସୂଚାନୁସାରେ , ଉତ୍ତରପ୍ରଦେଶର ଏକ ଘରୋଇ ସାହାରା ନାମକ ବସ୍‌ରେ ପ୍ରାୟ ୮୦ ଜଣ ପୁରୁଷ/ ମହିଳା ଯାତ୍ରୀମାନେ ଆସିଥିଲେ  ପୁରୀ ଜଗନ୍ନାଥ ଦର୍ଶନ  କରିବା ପାଇଁ  ଦର୍ଶନ ସାରି ସମସ୍ତ ଯାତ୍ରୀ ଗତକାଲି  ୟୁପିକୁ  ଫେରୁଥିଲେ।

ମାତ୍ର ବିଳମ୍ବିତ ରାତ୍ରିରେ ସାହାପୁର ନିକଟରେ  ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିପଡିଥିଲା। ଫଳରେ ବସ୍‌ ଭିତରେ ଥିବା ପ୍ରାୟ ଯାତ୍ରୀ ଆହତ ହୋଇଥିଲେ। ଘଟଣା ସ୍ଥଳରେ କିଛି  ସ୍ଥାନୀୟ ଅଞ୍ଚଳବାସୀ ଓ ପାଣିକୋଇଲି ପାଟ୍ରୋଲିଂ ପୁଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିବା ସହିତ ମେଡିକାଲକୁ ପଠାଇଥିଲେ। ମୋଟ ୧୯ ଜଣ ଆହତଙ୍କ ମଧ୍ୟରୁ  ୨ ମହିଳା ଓ ଜଣେ ପୁରୁଷଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଯାଜପୁର ଟାଉନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏ ଘଟଣାର ଖବର ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି  ।

Related posts

କେନାଲରେ ବୁଡିଗଲେ ଯୁବକ

mahabharatanews

ଋଥଯାତ୍ରା : ସପ୍ତମ ପର୍ୟ୍ୟାୟରେ ପହଞ୍ଚିଲା ରଥକାଠ

mahabharatanews

ସାଇକେଲରେ ଥାନାରେ ପହଁଞ୍ଚିଲେ ଏସପି, ଥାନା କର୍ମଚାରୀ ଅବାକ୍

mahabharatanews