ଭୁବନେଶ୍ୱର/ ସରୋଜ ରାଉତ: ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କ ନାଁରେ ଏତଲା । ନୟାପଲି ଥାନାରେ ଏତଲା ଦିଆଯାଇଛି । ଉପାସନା ସ୍ଥାନୀୟ ପ୍ରଣବ ରାୟଙ୍କୁ ଆକ୍ରମଣ କରି ତାଙ୍କ ମୁଣ୍ଡ ଫଟାଇ ଦେଇଥିବା ତାଙ୍କ ଝିଅ ତାନ୍ୟା ରାଏ ଏତଲା ଦେଇଛନ୍ତି । ଏତଲା ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି ଓ ବର୍ତ୍ତମ।।ନ ସୁଦ୍ଧା ୧୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ନୟ।।ପଲିରେ ରହୁଥିବା ପ୍ରଣବ ରାୟଙ୍କୁ ଉପାସନା ଓ ତାଙ୍କ ବହୁ ସହଯୋଗୀ ଘରେ ପଶି ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗ।।ଳିଗୁଲଜ ଓ ଆସବାବ ପତ୍ର ନଷ୍ଟ କରିିଥିଲେ । ଏହି ଆକ୍ରମଣରେ ପ୍ରଣବଙ୍କ ମୁଣ୍ଡରେ ଆଘାତ ଲାଗିଥିବା ପ୍ରଣବଙ୍କଝିଅ ତାନ୍ୟା ଏଫଆଇଆରରେ ଉଲ୍ଲେଖ କରିଛନ୍ତି । ଏଫଆଇଆରରେ ଉପାସନାଙ୍କ ସମେତ ୧୮ ଜଣଙ୍କ ନାମ ରହିଛି । ପୁଲିସ ଏଫଆଇଆର ଆଧାରରେ ତଦନ୍ତ ଆରମ୍ଭ କରି ୧୪ ଜଣଙ୍କୁ ଅଟକ ରଖିଛି । ତେବେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ ।
previous post