ଭାରତ

ବିମାନବନ୍ଦରରେ ଭୟାବହ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ

(କୋଲକତା) : କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏୟାରପୋର୍ଟର ସିକ୍ୟୁରିଟି ଚେକ-ଇନ କାଉଣ୍ଟର ନିକଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୬ଟି ଦମକଳ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ । କିଛି ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏଥିଯୋଗୁ ସମ୍ପୂର୍ଣ ଟର୍ମିନାଲକୁ ତୁରନ୍ତ ଖାଲି କରାଯାଇଥିଲା । ବିମାନ ବନ୍ଦର ସୁରକ୍ଷା ୟୁନିଟ ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ସୂଚନା ଅନୁସାରେ ,ଏୟାରପୋର୍ଟର ସିକ୍ୟୁରିଟି ଚେକ-ଇନ ନିକଟରେ ଥିବା ଡି-ପୋର୍ଟାଲ ଏରିଆରେ ରାତି ପ୍ରାୟ ୯ଟାରେ ନିଆଁ ଲାଗିଥିଲା । ଡି-ପୋର୍ଟାଲ ଏରିଆରେ ଯାତ୍ରୀମାନଙ୍କୁ ବୋର୍ଡିଂ ପାସ ଦିଆଯାଇଥାଏ । ନିଆଁ ଲାଗିବା ପରେ ସେହି ଅଂଚଳରେ ଥିବା କର୍ମଚାରୀ ଓ ଯାତ୍ରୀମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ତେବେ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ ।

Related posts

ଆଜିର ଦିନରେ ଶତକ ହାସଲ କରିଥିଲେ ସଚିନ

mahabharatanews

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ହେମନ୍ତ ସୋରେନ

mahabharatanews

ମର୍ମନ୍ତୁଦ ଦୁର୍ଘଟଣା; କାର୍‌କୁ ପିଟିଲା ବସ୍‌, ୭ ମୃତ

mahabharatanews

Leave a Comment