ଓଡିଶା

ରାଜ୍ୟର ୨୧୦ଟି ସ୍ଥାନରେ ବନାଗ୍ନି

(ଭୁବନେଶ୍ୱର) : କାଳବୈଶାଖୀ ପ୍ରଭାବରେ ଓଡ଼ିଶାର ଜଙ୍ଗଲ ନିଆଁ ହ୍ରାସ ପାଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ଲାଗିଥିବା ବନାଗ୍ନି କମିଛି। ତା’ସତ୍ତ୍ବେ ଆଜି ଦିନରେ ରାଜ୍ୟର ୨୧୦ଟି ସ୍ଥାନରେ ବନାଗ୍ନି ରହିଛି।

ସୂଚନାନୁଯାୟୀ , ଅପରାହ୍ଣ ସୁଦ୍ଧା ଚିହ୍ନଟ ହୋଇଥିବା ବନାଗ୍ନି ମଧ୍ୟରୁ କୋରାପୁଟରେ ସର୍ବାଧିକ ୯୧ଟି ଛୋଟ ଓ ମଧ୍ୟମଧରଣର ନିଆଁ ଲାଗିଛି। ବ୍ରହ୍ମପୁର ସର୍କଲରେ ୧୭, ଭବାନୀପାଟଣା ସର୍କଲରେ ୧୨, ବାରିପଦା ସର୍କଲର ୧୦ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ଭୁବନେଶ୍ବର, ରାଉରକେଲା, ଅନୁଗୁଳ ସର୍କଲର କେତେକ ସ୍ଥାନରେ ନିଆଁ ରହିଛି। ଗତ ସାତ ଦିନରେ ଓଡ଼ିଶାରେ ସର୍ବାଧିକ ୫,୯୮୭ଟି ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଥିବା ବେଳେ ଛତିଶଗଡ଼ରେ ୩,୦୬୦, ଝାଡ଼ଖଣ୍ଡରେ ୨,୪୯୬ଟି ସ୍ଥାନରେ ନିଆଁ ଲାଗିଛି।

Related posts

ରାଜ୍ୟରେ ଓମିକ୍ରନ ନେଲା ପ୍ରଥମ ପ୍ରାଣ

mahabharatanews

ପୀତବାସ ପଣ୍ଡା ହତ୍ୟା; ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ

mahabharatanews

ଆସନ୍ତାକାଲି ୧୧ଟାରେ ଯୁକ୍ତ୨ ଫଳାଫଳ

mahabharatanews