ଓଡିଶା

ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ନିଆଁ

(ନୂଆପଡା) : ବାହାନଗା ଟ୍ରେନ ଦୁର୍ଘଟଣା ମନରୁ ଲିଭିନାଥିବା ବେଳେ ଏବେ ପୁଣି ଆଉ ଦୁଇଟି ଟ୍ରେନ ଦୁର୍ଘଟଣା ଯାତ୍ରୀମାନଙ୍କୁ ଭୟବିତ କରି ପକାଇଛି। ଗୁରୁବାର ଦିନ ଚଣ୍ଡିଖୋଲ ନିକଟରେ ଚଳନ୍ତା ମାଲଗାଡି ମଝିରୁ ଅଲଗା ହୋଇଯାଇଥିଲା। ୩ଟି ୱାଗନ ଛାଡ଼ି ଗାଡ଼ି ପଳାଇଥିଲା। ପୁଣି ଗୁରୁବାର ସନ୍ଧ୍ୟାରେ ନୂଆପଡ଼ାରେ ଦୁର୍ଗ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି।

ସୂଚନାନୁଯାୟୀ ,  ନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ଖରିଆର୍‌ ରୋଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  ବୁଧବାର ଦିନ ଯାଜପୁର ରୋଡରେ ଇଞ୍ଜିନବିହୀନ ମାଲଗାଡ଼ିରେ ୬ ଜଣ ଶ୍ରମିକ କଟିଯାଇଥିଲେ।

Related posts

ଭାଲୁ ଅକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର

mahabharatanews

ରାଜ୍ୟରେ କରୋନା ସଂକ୍ରମଣ ବଢିଛି :୨୫୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଏନଆଇଟିରୁ ପୁଣି ୭ ପଜିଟିଭ ଚିହ୍ନଟ, ମୋଟ ୧୪

mahabharatanews