ଭାରତ

ଏୟାରହଷ୍ଟେସଙ୍କ ପାଖରୁ ଏକକିଲୋ ସୁନା ଜବତ

(କେରଳ) : କେରଳର କନ୍ନୁର ବିମାନବନ୍ଦରରେ ଏୟାର ଏକ୍ସପ୍ରେସର ଜଣେ ‌ଏୟାରହଷ୍ଟେସଙ୍କ ପାଖରୁ ଏକକିଲୋ ସୁନା ଜବତ କରାଯିବାର ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ଉକ୍ତ ଏୟାରହଷ୍ଟେସଙ୍କୁ ପୁଲିସ ଗିରଫ କରି ହେପାଜତକୁ ନେଇ ଯାଇଛି। ଗିରଫ ଏୟାରହଷ୍ଟେସଙ୍କ ନାମ ସୁରଭି ଖାତୁନ।

ସୂଚନାନୁଯାୟୀ , ଯିଏକି କୋଲକତାରେ ବସବାସ କରନ୍ତି। ଗୁଲିନ୍ଦା ବିଭାଗରୁ ସୂଚନା ମିଳିବା ପରେ ଡିଆରଆଇ କନ୍ନୁର ଟିମ ବିମାନବନ୍ଦରରରେ ସୁରଭିଙ୍କ ଉପ‌ରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଏୟାରହଷ୍ଟେସ ଜଣକ ମଳାଶୟରେ ସୁନା ଲୁଚାଇ ରଖିଥିବା ଜଣାପଡ଼ିଥିଲା। ଏକକିଲୋ ସୁନା ଜବତ କରାଯିବା ସୂଚନା ମିଳିଛି । ଏହାପରେ ତାଙ୍କୁ ଗିରଫ କରି ତାଙ୍କ ଠାରୁ ୯୬୦ଗ୍ରାମ ସୁନାକୁ ରାଜସ୍ବ ଗୁଇନ୍ଦା ବିଭାଗ ଜବତ କରିଥିଲା। ଏହାପରେ ସୁରଭିଙ୍କୁ କୋର୍ଟରେ ହାଜର କରି ପୁଲିସ ୧୪ଦିନ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି।

Related posts

ସୁପ୍ରିମକୋର୍ଟରେ ଅଯୋଗ୍ୟ ଘୋଷିତ ହିମାଚଳ କଂଗ୍ରେସର ୬ ବିଧାୟକ

mahabharatanews

ଅଯୋଧ୍ୟାରେ ଦୀପୋତ୍ସବର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

mahabharatanews

ଟ୍ୱିଟର ପରେ କୋକାକୋଲା : ଏଲନ୍ ମସ୍କ

mahabharatanews