ଓଡିଶା

ଉଛୁଳୁଛି ମହାନଦୀ ; ୬ଟି ଜିଲ୍ଲାକୁ ସତର୍କ ଜାରି 

(ହୀରାକୁଦ) : ଧୀରେ ଧୀରେ ଫୁଲୁଛି ମହାନଦୀ । ଏଥି ସହ ବଢୁଛି ହୀରାକୁଦର  ଜଳସ୍ତର । ମହାନଦୀ ଫୁଲିବା ହେତୁ ୬ଟି ଜିଲ୍ଲାକୁ ସତର୍କ କରାଯାଇଛି । କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼ ଏବଂ ଜଗତସିଂପୁରର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ମହାନଦୀ ଏବଂ ଅନ୍ୟ ପ୍ରମୁଖ ନଦୀରେ ବନ୍ୟା ଯୋଗୁଁ ବହୁ ସ୍ଥାନରେ ଜନବସତିରେ ବନ୍ୟା ପାଣି ପ୍ରବେଶ କରିଛି ।

ସୂଚନାନୁଯାୟୀ ,  ସକାଳ ୬ଟା ସୁଦ୍ଧା ଜଳସ୍ତର ୬୧୪.୬୦ ଫୁଟ୍‌ ରହିଛି । ହୀରାକୁଦକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୪,୩୨,୮୦୮ କ୍ୟୁସେକ୍‌ ଜଳ ଓ ନିଷ୍କାସନ ହେଉଛି ୬୭ ହଜାର ୬୯୦ କ୍ୟୁସେକ୍‌ ଜଳ ।  ଏବେସୁଦ୍ଧା ରାଜ୍ୟରେ ୧୫ଟି ଜିଲ୍ଲାର ୯୦ଟି ବ୍ଲକର ୬୭୨ଟି ଗାଁ ଓ ୧୭ଟି ପୌରାଞ୍ଚଳର ୬୭ଟି ୱାର୍ଡ ପ୍ରଭାବିତ ହୋଇଛି । ୬୮୩୪ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ମୋଟ ୧.୨୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି ।

Related posts

ରୋହିଙ୍ଗାଙ୍କୁ ହଟାଇବା ପାଇଁ ଉତ୍କଳ ଭାରତୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଦାବୀ ପତ୍ର ପ୍ରଦାନ

mahabharatanews

ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୮୫୪ ସଂକ୍ରମିତ ରାଜ୍ୟରୁ ଚିହ୍ନଟ

mahabharatanews

ଏହି ସବୁ ସ୍ଥାନରେ ମନ୍ତ୍ରୀ କଲେ ପତାକା ଉତ୍ତୋଳନ

mahabharatanews