ଓଡିଶା

ବୌଦ୍ଧରେ ବନବିଭାଗ ପକ୍ଷରୁ ‘ଗଜ ସାଥି’ ଓ ‘ବିଦ୍ୟୁତ ପ୍ରହରୀ’ ତାଲିମ ଶିବିର

ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଉଥିବା ହାତୀ ଆକ୍ରମଣ, ଫସଲ ନଷ୍ଟ ଓ ଜୀବଜନ୍ତୁ–ମାନବ ସଂଘର୍ଷକୁ ରୋକିବା ପାଇଁ ବୌଦ୍ଧ ବନ ବିଭାଗ ପକ୍ଷରୁ ଗୁରୁବାର ଦିନ ବାମଣ୍ଡା ନର୍ସରୀ ଠାରେ ‘ଗଜ ସାଥି’ ଓ ‘ବିଦ୍ୟୁତ ପ୍ରହରୀ’ ତାଲିମ ଶିବିରର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ବନଖଣ୍ଡ ଅଧିକାରୀ ରାଜନ୍ଦ୍ର ଗୋଛାୟତଙ୍କ ଅଧକ୍ଷତାରେ ଅନୁଷ୍ଠିତ ତାଲିମ ଶିବିର କାର୍ଯ୍ୟକ୍ରମରେ ପ୍ରତାପ କଟପାଲି, ବାଲିଗୁଡା  ଡ଼ିଏଫୋ ଘନସ୍ୟାମ,  ମହାନଦିଆ, ଅବସରପ୍ରାପ୍ତ ଏସଟିଏଫ SP କେ.କେ ପାଣିଗ୍ରାହୀ ଯୋଗଦେଇ ଜଙ୍ଗଲରୁ ବାହାରୁଥିବା ହାତୀ ଦଳଙ୍କ ଗତିବିଧି, ସଠିକ ନିରୀକ୍ଷଣ, ସଂଘର୍ଷ ପ୍ରତିରୋଧ ଭଳି ବିଭିନ୍ନ ଦିଗ ଉପରେ ବିଶେଷଜ୍ଞମାନେ ତାଲିମ ଦେଇଥିଲେ। କୁହାଯାଉଛି ମଣିଷ ଓ ହାତୀ ଉଭୟଙ୍କ ସୁରକ୍ଷା ଆମ ମଣିଷ ସମାଜର ପ୍ରଥମିକତା। ଗଜ ସାଥି ଓ ବିଦ୍ୟୁତ ପ୍ରହରୀ ଦଳମାନଙ୍କୁ ସୁଦୃଢ଼ କରାଗଲେ ଜିଲ୍ଲାରେ ହାତୀ ସଂଘର୍ଷ ହ୍ରାସ ପାଇବ ବୋଲି ମତ ପ୍ରକାଶ ପାଇଥିଲା। ଶିବିରରେ ବୌଦ୍ଧ ଡିଭିଯନର ସମସ୍ତ ରେଞ୍ଜ ଅଧିକାରୀ, ଏସିଏଫ, ଫରେଷ୍ଟର, ଗାର୍ଡ ଓ ସ୍କୁଆଡ କର୍ମଚାରୀ  ଉପସ୍ଥିତ ଥିଲେ।

Related posts

ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

କୋରୋନାରେ ଆଉ ଜଣଙ୍କର ମୃତ୍ୟୁ, ୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

mahabharatanews

ଜଳମୟ ଭୁବନେଶ୍ୱର

mahabharatanews