Uncategorized

ପୂର୍ବତନ ସାଂସଦ ସୁରେନ୍ଦ୍ର ଗୋୟଲଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଗାଜିଆବାଦର ପୂର୍ବତନ ସାଂସଦ ସୁରେନ୍ଦ୍ର ଗୋୟଲଙ୍କ ମହାମାରୀ କରୋନାରେ ମୃତ୍ୟୁ ହୋଇଛି । ସେ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏବେ ତାଙ୍କ ପରିବାରର ଅନ୍ୟ ୪ ଜଣ କରୋନାରେ ସଂକ୍ରମିତ ଅଛନ୍ତି ଓ ସାର ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି ।
ଗତ ଜୁଲାଇ ୩୦ରେ ସୁରେନ୍ଦ୍ର ଗୋୟଲ କରୋନାରେ ଆକ୍ରାନ୍ତ ହୋଇଥିବା କରୋନା ପରୀକ୍ଷାରୁ ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ଗଙ୍ଗାରାମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାସାଧିକ କାଳ ସୁରେନ୍ଦ୍ରଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ସୁରେନ୍ଦ୍ରଙ୍କ ପୁଅ ମନ୍ତ୍ରୀ ଅତୁଲ ଗର୍ଗ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ସହିତ ଆଲୋଚନା କରିଥିଲେ। କିନ୍ତୁ ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ସୁରେନ୍ଦ୍ରଙ୍କ ପରିବାରର ଅନ୍ୟ ୪ ସଦସ୍ୟ ମଧ୍ୟ‌ କରୋନାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କୁ ବି ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

Related posts

ରାପିଡ ଟେଷ୍ଟ କିଟ ସମସ୍ୟା: ସହଯୋଗର ହାତ ବଢାଇଲା ଚୀନ

mahabharatanews

କଂଗ୍ରେସ ଛାଡିଥିବା ୧୯ ବିଧାୟକ ବିଜେପିରେ ସାମିଲ ହେବେନି: ସଜ୍ଜନ କୁମାର

mahabharatanews

ମୌଲାନା ସାଦ ନାମରେ ମନି ଲଣ୍ଡରିଂ ମାମଲା

mahabharatanews