Uncategorized

ମୌଲାନା ସାଦ ନାମରେ ମନି ଲଣ୍ଡରିଂ ମାମଲା

ନୂଆଦିଲ୍ଲୀ: ତବଲିଗୀ ଜମାତ ନେତା ମୌଲାନା ସାଦ କନ୍ଦାଲବୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମକଦମା ରୁଜୁ କରିଛି। ଅର୍ଥ ହେରଫେର ମାମଲାରେ ଇଡି ମକଦମା ରୁଜୁ କରିଛି । ସାଦଙ୍କ ବିରୋଧରେ ପ୍ରିଭେନସନ ଅଫ ମନିଲଣ୍ଡରିଂ ଆକ୍ଟ (ପିଏମଏଲଏ)ରେ ଫୌଜଦାରୀ ମାମଲା ରୁଜୁ ହୋଇଥିବା ଜନୈକ ବରିଷ୍ଠ ଇଡି ଅଧିକାରୀ କହିଛନ୍ତି। ନିଜାମୁଦ୍ଦିନ ଥାନା ଅଧିକାରୀଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ଗତ ମାର୍ଚ୍ଚ ୩୧ ତାରିଖଦିନ ମୌଲାନା ସାଦଙ୍କ ସମେତ ମୋଟ ୭ ଜଣଙ୍କ ବିରୋଧରେ ଏତଲା ରୁଜୁ କରିଥିଲା।

ଦେଶରେ କରୋନା ଭୂତାଣୁ ସଂକ୍ରମଣ ପାଇଁ ବହୁ ମାତ୍ରାରେ ତାବଲିଗ ଜମାତମାନେ ଦାୟୀ । ଏମାନେ ଆଇନର ଉଲ୍ଲଙ୍ଘନ କରି ଗୋଟିଏ ଜାଗାରେ ହଜାର ହଜାର ସଂଖ୍ୟାରେ ଏକତ୍ରିତ ହୋଇଥିଲେ । ଏହି ସମ୍ମିଳନୀରେ ବିଦେଶରୁ ମଧ୍ୟ ୨୨ଶହରୁ ଅଧିକ ଲୋକ ସାମିଲ ହୋଇଥିଲେ । ଏମାନେ ଜାଣି ଜାଣି ରାଜଧାନୀ ଦିଲ୍ଳୀରେ ସଂକ୍ରମଣ କରାଇଥିବା ନେଲ୍ନିଜାମୁଦ୍ଦିନ ଆଇଆଇସି ଅଭିଯୋଗ କରିଥିଲେ ।

Related posts

ଜଗନ ସରକାର ନାମରେ ଅଭିଯୋଗ ଆଣିଲା ଟିଡିପି

mahabharatanews

ସୁସ୍ଥ ହୋଇ ଘରକୁ ଫେରିଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

mahabharatanews

‘ଚଟାଣରେ ଭୂତାଣୁ ଅଧିକ ସମୟ ରହିଥାଏ’

mahabharatanews