ଓଡିଶା

ଆରପାରିରେ ବିଧାୟକ ସୂର୍ଯ୍ୟ ପାତ୍ର

ପରଲୋକରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆଜି ସନ୍ଧ୍ୟା ୭ଟା ୩୧ରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ।  ଗଞ୍ଜାମ ଦିଗପହଣ୍ଡି ବିଧାନସଭା କ୍ଷେତ୍ରରୁ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟକରି ସେ ତାଙ୍କ ଦକ୍ଷତା ପ୍ରତିପାଦନ କରିଛନ୍ତି । ୧୯୯୦ ନିର୍ବାଚନରେ ମୋହନା ଆସନରୁ ଜନତା ଦଳରୁ ବିଧାୟକ ହୋଇ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୨୦୧୯ ନିର୍ବାଚନରେ ଜିତିବା ପରେ ତାଙ୍କୁ ବାଚସ୍ପତି କରାଯାଇଥିଲା । ୨୦୨୨ ଜୁନ ମାସରେ ସାମ୍ବିଧାନିକ ପଦରୁ ସେ ଇସ୍ତଫା ଦେଇଥିଲେ ।

Related posts

ଭାରସାମ୍ୟ ହରାଇ ଟ୍ରାକଟର ଓଲଟି ବାପା ଓ ପୁଅ ଙ୍କ ମୂତ୍ୟୁ

mahabharatanews

ଆସନ୍ତାକାଲିଠୁ ବଢ଼ିବ ବର୍ଷା, ଆଜି ତିନି ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

mahabharatanews

କରୋନା ଯୋଦ୍ଧାଙ୍କୁ ମାଡ଼ ଅଭିଯୋଗ

mahabharatanews