Uncategorized

କେବଳ ଦିଲ୍ଲୀ ନୁହେଁ, ଏହା ଦେଶ ବ୍ୟାପୀ ମାଗଣ। ଟୀକା ବଣ୍ଟନ ହେବ: ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ ହର୍ଷ ବର୍ଦ୍ଧନ ଶନିବାର କହିଛନ୍ତି କି, କୋଭିଡ-୧୯ ଟୀକା ଦେଶବ୍ୟାପୀ ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ଆଜି ଡ୍ରାଏ ରନକୁ ନେଇ ହୋଇଥିବା ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ବର୍ଦ୍ଧନ ଏହି ବୟାନ ଦେଇଛନ୍ତି । ଦରିଆଗଞ୍ଜର ମାଟର୍ନିଟି ଓ ଶିଶୁ ବିକାଶ କେନ୍ଦ୍ରରେ ଏହି ସମୀକ୍ଷା ବୈଠକ ପ୍ରଶାସନିକ ଅଧିକାରୀଙ୍କ ସହ କରିଥିଲେ । ଦିଲ୍ଲୀରେ ଟୀକା ନିଶୁଳ୍କ ବଣ୍ଟନକୁ ନେଇ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, କେବଳ ଦିଲ୍ଲୀ ନୁହେଁ, ଏହା ଦେଶ ବ୍ୟାପୀ ମାଗଣ। ଯୋଗାଇ ଦିଆଯିବ ।
ଆଜି ମନ୍ତ୍ରୀ ଦିଲ୍ଲୀର ଗୁରୁ ତେଗ ବାହାଦୂର (ଜିଟିବି)ରେ କୋଭିଡ-୧୯ ଟୀକାକରଣର ଡ୍ରାଇ ରନର ସମୀକ୍ଷା କରିଛନ୍ତି । ଦିଲ୍ଲୀରେ ଏହି ପ୍ରିକ୍ରିୟା ୩ଟି ସ୍ଥାନରେ ହେଉଛି । ସେହି ସ୍ଥାନଗୁଡିକ ହେଲା ଦରିୟାଗଞ୍ଜ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ସରକାରୀ ଜିଟିବି ହସ୍ପିଟାଲ ଓ ଘରୋଇ ଭେଙ୍କଟେଶ୍ୱର ହସ୍ପିଟାଲ ।ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଟୀକାକରଣ ଭ୍ୟାକ୍ସିନେସନ ଚାଲିଛି । ଏଥିରେ ୧୧୬ ଜିଲ୍ଲା ଓ ୨୫୯ ସହର ରହିଛି ।

 

Related posts

ୱାଶିଂ ମେସିନରେ ବି ସଫା କରି ହେବ ଏହି ସବୁ ଜିନିଷ

mahabharatanews

ପଞ୍ଜାବ: କନେଷ୍ଟବ ଗୁଳିରେ ସ୍ତ୍ରୀ ସମେତ ୪ ଜଣଙ୍କ ମୃତ୍ୟୁ

mahabharatanews

ରାସାୟନ କାରଖାନାରେ ନିଆଁ

mahabharatanews