ଶିକ୍ଷା

ଗଜପତି ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ

ଗଜପତି: ଆଜି ଦିନିକିଆ ଗଜପତି ଗସ୍ତରେ ଅଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । କୋରୋନା କଟକଣା ପରେ ଦୀର୍ଘ ଦିନ ପରେ ସ୍କୁଲ ଖୋଲିଛି । ତେବେ ସ୍କୁଲ ଖୋଲିବା ପରେ ଗଜପତି ଯାଇ ବିଭିନ୍ନ ସ୍କୁଲ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ପରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରର ସଭାଗୃହରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ବାଳକ ଓ ବାଳିକା ବିଦ୍ୟାଳୟ ଭଳି ବହୁ ପୁରାତନ ବିଦ୍ୟାଳୟ ପରିଦର୍ଶନ କରିବା ସହ ଜିଲ୍ଲାପାଳଭ୍କ କାର୍ଯ୍ୟାଳୟ ପରିସରର ସଭାଗୃହରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ଆଲେଚନା କରିଥିଲେ । ଏହି ବିଦ୍ୟାଳୟରେ ପହଞ୍ଚି ନିଜକୁ ଧନ୍ୟ ମନେ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏହାପରେ ଜିଲ୍ଲାପାଳଙ୍କ କକ୍ଷରେ ଶିକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ସରକାର ବିଦ୍ୟାଳୟଗୁଡିକ ସ୍ମାର୍ଟ ସ୍କୁଲରେ ପରିଣତ କରି ଶିକ୍ଷାର ମାନ ବୃଦ୍ଧି କରିବା ସହ ଅତିଶୀଘ୍ର ରାଜ୍ୟର ସବୁ ଜିଲ୍ଲାରେ ଏହି ବ୍ୟବସ୍ଥା କାର୍ୟ୍ୟକାରୀ କରାଯିବ ବୋଲି ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରକାଶ କରିଛନ୍ତି ।

Related posts

କମ୍ପ୍ୟୁଟର ଆଧାରିତ ହେବ ନିଟ୍ ପରୀକ୍ଷା

mahabharatanews

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଆଗୁଆ ଖରା ଛୁଟି ଘୋଷଣା କଲେ ସରକାର

mahabharatanews

ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଜଜଗୋଡା (ତାରଣା) ଗ୍ରାମରେ ସାନ୍ତାଳୀ ଶିକ୍ଷାନୁଷ୍ଠାନ ଉଦଘାଟନ

mahabharatanews