(ଦିଲ୍ଲୀ) : ଏନକାଉଣ୍ଟର ପୁଣି ଆଉ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ମୃତ । ସେ ଖସି ପଳେଇବାକୁ ଚେଷ୍ଟା କରୁଥିବା ବେଳେ ମେରଠରେ ତାର ଏନକାଉଣ୍ଟ ହୋଇଛି ବୋଲି ସୂଚନା ମିଳିଛି ।
ସୂଚନାନୁଯାୟୀ , ଗ୍ୟାଙ୍ଗଷ୍ଟର ଅନିଲ ଏକ ବଡ଼ ଆକ୍ରମଣ ଯୋଜନା କରୁଛି ବୋଲି ପୂର୍ବରୁ ଏସଟିଏଫ ଟିମକୁ ସୂଚନା ମିଳିଥିଲା । ଏହି କ୍ରମେ ସେ ମେରଠରେ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ଏସଟିଏଫ ଟିମ ଅନିଲ ଥିବା ସ୍ଥାନରେ ପହଞ୍ଚି ଯାଇଥିଲା। ସେ ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଏନକାଉଣ୍ଟର ହୋଇଥିବା ଜଣାପଡିଛି ।
ଅନ୍ୟପଟେ ଗ୍ୟାଙ୍ଗଷ୍ଟର ଅନିଲ ନାମରେ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ୬୦ରୁ ଅଧିକ ମାମଲା ରୁଜୁ ହୋଇଛି। ଦିଲ୍ଲୀ ଓ ଉତ୍ତରପ୍ରଦେଶ ପୁଲିସ କ୍ରମାଗତ ଅନିଲକୁ ଧରିବା ପାଇଁ ବହୁତ ଚେଷ୍ଟା କରିଥିଲେ ।