ଅପରାଧ

ଏକ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଗଞ୍ଜେଇ ଜବତ କଲା କୋରାପୁଟ ପୁଲିସ

କୋରାପୁଟ: କୋରାପୁଟ ଜିଲ୍ଲା ପୁଲିସକୁ ବଡ଼ ସଫଳତା । ଗଞ୍ଜେଇ ଧରପଗଡରେ ଗତ ଦୁଇ ଦିନରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ୧୬୭୨ କେଜି ୮୬୫ ଗ୍ରାମ୍‌ ଗଞ୍ଜେଇ ଧରାପଡିଛି, ଯାହାର ଅନେୁମନେିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ । ଏହି କାରବାରରେ ମୋଟ ୨୭ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ପଟ୍ଟାଙ୍ଗୀ ଥାନାର ଏଏସ୍‌ଆଇ ଗୋଲକ ବିହାରୀ ପଟ୍ଟନାୟକ । ଏସବୁ ଗଞ୍ଜେଇ ଚାଲାଣ ପଛରେ ସେ ଥିଲେ ମାଷ୍ଟର ମାଇଣ୍ଡ। ଗୁରୁବାର ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ପାଖରୁ ୧୦ଟି ଦାମୀ ଗାଡ଼ି, ଏଟିଏମ୍‌ ଏବଂ ମୋବାଇଲ୍‌ ଜବତ କରାଯାଇଛି। ମୋଟ ୧୦ଟି ଥାନାରେ ୧୦ଟି ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଏଏସ୍‌ଆଇ ଗିରଫ ଘଟଣାରେ ସୁନାବେଡ଼ା ଥାନାରେ ମାମଲା ରୁଜୁ କରାଯାଇଛି ।
କୋରାପୁଟ ରାସ୍ତା ଦେଇ ଏହି ଗଞ୍ଜେଇ ଭୁବନେଶ୍ୱର, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ରାୟପୁର ଏବଂ ଆନ୍ଧ୍ର ପ୍ରଭୃତି ଅଞ୍ଚଳକୁ ଚାଲାଣ ହେଉଥିଲା । ଗିରଫ ହୋଇଥିବା ୨୭ ଜଣଙ୍କଠାରୁ ଗଞ୍ଜେଇ ଚାଲାଣର ଅନେକ ଗୁପ୍ତ ସୂଚନା ମିଳିଛି । କେଉଁ କେଉଁ ସ୍ଥାନରୁ ଗଞ୍ଜେଇ ଲୋଡ୍‌ ହେଉଛି, କିଭଳି କିଣାବିକା ହେଉଛି-ସେ ସମ୍ପର୍କରେ ବହୁ ତଥ୍ୟ ମିଳିଛି । କୋରାପୁଟରୁ ଭୁବନେଶ୍ୱର ଦେଇ ପଶ୍ଚିମବଙ୍ଗ ଓ ବିହାର ସମେତ ଦେଶର ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚାଲାଣ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିଥିବା ଗଣମାଧ୍ୟମକୁ ଏସପି ମୁକେଶ କୁମାର ଭାବୁ ସୂଚନା ଦେଇଛନ୍ତି ।

Related posts

ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ମଦ ଚାଲାଣ ବେଳେ ୨ ଗିରଫ ୩୫ ପେଟି ଜବତ

mahabharatanews

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

mahabharatanews