ଓଡିଶା

ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ, ୧୯ ଗୁରୁତର

(ଢେଙ୍କାନାଳ) :  ଟାଟା ଷ୍ଟିଲ ପ୍ଲାଣ୍ଟରେ ଦେଖିବାକୁ ମିଳିଛି ଅଘଟଣ  । ଗ୍ୟାସ ଲିକ୍ ହୋଇ ଆହତ  ୧୯  ଶ୍ରମିକ ଆହତ ହୋଇଥିବା ଜଣା ପଡିଛି । କଣ୍ଟାବଣିଆ ମେରାମଣ୍ଡଳୀସ୍ଥିତ ଟାଟା ଷ୍ଟିଲ କାରଖାନାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ତୁରନ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି ।

ସୂଚନାନୁଯାୟୀ ,  ବ୍ଲାଷ୍ଟ ଫର୍ନେସ ୫୨ରେ ପାଇପ ଫାଟି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । କେତେଜଣ ଆହତଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଷ୍ଟିମ ପାଇପ ଫାଟି ଯିବାରୁ ସେଥିରୁ ଗରମ ପାଣି ପଡି ୧୯  ଜଣ ଆହତ ହୋଇଛନ୍ତି । ଖବର ପାଇ ଜିଲ୍ଲା ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

Related posts

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ମଣ୍ଡଳ ପାଳନ କଲା ୭୭ ତମ ସାଧାରଣତନ୍ତ୍ର ଦିବସ

mahabharatanews

ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାରରୁମ୍ ପ୍ରସ୍ତୁତ: ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର

mahabharatanews

ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ମାଆ ମଙ୍ଗଳା

mahabharatanews