ଓଡିଶା

ଗିଫ୍ଟ ଦୋକାନରେ ଗଞ୍ଜେଇ ବେପାର, ଦୋକାନୀ ଗିରଫ

(ମହାଭାରତ, ଯାଜପୁର): ଯାଜପୁରରେ ପୁଣି ଗଞ୍ଜେଇ ଓ ଅଫିମ ଜବତ କରିଛି ପୋଲିସ । ଟାଉନ ଥାନା ଅନ୍ତର୍ଗତ ଚିତାଳୋ କଲେଜ ଛକରେ ଥିବା ଏକ ଗିଫ୍ଟ ଦୋକାନରେ ପୋଲିସ ଅଚାନକ ଚଢାଉ କରି ଗଞ୍ଜେଇ ଓ ଅଫିମ ଜବତ କରିଛି । ସମ୍ପୃକ୍ତ ଦୋକାନୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଦୋକାନୀ ଜଣକ ଗଞ୍ଜେଇ ବେପାର କରୁଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ପାଟ୍ରୋଲିଂ ଟିମ୍ ଟାଉନ ଥାନାକୁ ଜଣାଇଥିଲେ । ପରେ ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ ଦୋକାନ ଉପରେ ଚଢାଉ କରାଯାଇଥିଲା । ଏହି ସମୟରେ ଦୋକାନରେ ଥିବା ଏକ ଧଳା ବ୍ୟାଗରୁ ଦେଢ କିଲୋରୁ ଉଦ୍ଧ୍ୱର୍ ଗଞ୍ଜେଇ ଓ ଏକ ଜରି ପ୍ୟାକେଟରୁ ୨୦ ଗ୍ରାମ ଅଫିମ ପୋଲିସ ଜବତ କରିଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Related posts

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ଦେଲେ ସମାଜସେବୀ

mahabharatanews

ଆଦିବାସୀ ଯୁବତୀର ଚିକିତ୍ସା ବ୍ୟବସ୍ଥା କଲା ଜିଲ୍ଲାପ୍ରଶାସନ

mahabharatanews

ଭିଜିଲାନ୍ସ ଜାଲରେ ଇଡକୋ ଭୁବନେଶ୍ୱରର ଆସିଷ୍ଟାଣ୍ଟ ମ୍ୟାନେଜର

mahabharatanews