ଓଡିଶା

ଭିଜିଲାନ୍ସ ଜାଲରେ ଇଡକୋ ଭୁବନେଶ୍ୱରର ଆସିଷ୍ଟାଣ୍ଟ ମ୍ୟାନେଜର

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ଭିଜିଲାନ୍ସ ଜାଲରେ ଇଡକୋ ଭୁବନେଶ୍ୱରର ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ଲେଙ୍କା । ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ାର ୭ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ୍ । ଭୁବନେଶ୍ୱରର ୩ଟି ସ୍ଥାନରେ ଚାଲିଛି ରେଡ୍ । କୋରଡାକଣ୍ଟାସ୍ଥିତ ୩ମହଲା କୋଠା, ରୁପାଲି ଛକରେ ଥିବା ଇଡକୋ ଅଫିସ ଚାମ୍ବର, ଝାରପଡ଼ା ନିଲାଦ୍ରୀନଗରରେ ଥିବା ଘରେ ଚଢ଼ାଉ ।

ଏହା ସହ ପୁରୀ ସ୍ଥିତ ଗ୍ରାଣ୍ଡ ଏସିଆଲ ଆପାର୍ଟମେଣ୍ଟର ପଞ୍ଚମ ଫ୍ଲୋରରେ ଥିବା ଫ୍ଲାଟ୍‌, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କେଶପୁରରେ ଥିବା ପୈତୃକ ଘର ଓ ବେଲତଳରେ ଥିବା ୩ମହଲା ଘରେ ଚାଲିଛି ଚଢ଼ାଉ । ଉତ୍ତରାଛକରେ ଥିବା ଗୋଟିଏ ମାର୍କେଟ କମ୍ପ୍ଲେକ୍ସରେ ଭିଜିଲାନ୍ସ ଛାପା ମାରିଛି । ଚଢ଼ାଉରେ ୨ ଡିଏସପି, ୧୦ ଇନସ୍ପେକ୍ଟର, ୨ଜଣ ସବ ଇନସ୍ପେକ୍ଟର, ୫ଏଏସଆଇ ସାମିଲ ଅଛନ୍ତି ।

Related posts

କେନ୍ଦୁଝର ବାଟଦେଇ ଦିଲ୍ଲୀକୁ ଗଡ଼ିବ ଟ୍ରେନ 

mahabharatanews

ଆଜି ମକରଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

mahabharatanews

ପୁଣି ପୋଲିସ ସହାୟତା ଲୋଡିଲେ ରାଜାଘର ସାନ ବୋହୂ 

mahabharatanews