ଓଡିଶା

ବ୍ଲକ ଜେଇଙ୍କୁ କରୋନା

(ଜୟନ୍ତ କୁମାର ସେଠୀ/ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ଜଣେ ଜେଇ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲିବା ଅବସରରେ ସତ୍ୟବାଦୀ ବ୍ଳକର ଚାରିଜଣ କର୍ମଚାରୀ ସେମାନଙ୍କର ସ୍ୱାବ ପରୀକ୍ଷା ପାଇଁ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ରିର୍ପୋଟ ପଜିଟିଭ ଆସିଛି । ସତ୍ୟବାଦୀ ବ୍ଲକରେ ସେ ଜଣେ ଜେଇ ଭାବେ କାର୍ଯ୍ୟରତ ବୋଲି ସୂଚନା ମିଳିଛି । ତାଙ୍କୁ ତୁରନ୍ତ କୋଭିଡ ହସ୍ପିଟାଲକୁ ନିଆଯାଇଥିବା ଜଣାପଡିଛି । ପରଜାପଡା ଗାଁରେ ଚାଲିଥିବା କାମ ଦେଖିବା ପାଇଁ ଯାଇଥିଲେ । ସେଠାରେ ଗାଁ ଲୋକଙ୍କ ସହିତ ମିଳାମିଶା କରିଥିଲେ । ଉକ୍ତ ଜେଇ କରୋନା ପଜିଟିଭ ଚିହ୍ନଟ ହେବା ପରେ ଯେଉଁମାନେ ତାଙ୍କ ସହିତ ମିଳାମିଶା କରିଥିଲେ ସେମାନେ ବର୍ତ୍ତମାନ ସଂଗରୋଧରେ ରହିଥିବା ଜଣାପଡିଛି । ସେହିପରି ବ୍ଳକ ସହକାରୀ ଯନ୍ତ୍ରୀ ଆଇସୋଲେସନରେ ରହିବେ ବୋଲି ସୂଚନା ମିଳିଛି। ଅନ୍ୟପଟେ ବ୍ଲକ କାର୍ୟ୍ୟାଳୟର ସମସ୍ତ କର୍ମଚାରୀଙ୍କର ସ୍ୱାବ ଟେଷ୍ଟ ରିର୍ପୋଟ ଆସିବା ପର୍ୟ୍ୟନ୍ତ କାର୍ୟ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ବିଡିଓ ନିର୍ଦ୍ଦେଶ ଦେଇଛନ୍ତି ।

Related posts

ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ ଅନୁଷ୍ଠିତ

mahabharatanews

ଜମୁଛି ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର

mahabharatanews

ଅଲ୍ ଚିକି ଲିପିର ସ୍ରଷ୍ଟା ଗୁରୁ ଗମ୍ କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତି ପାଳିତ

mahabharatanews