(ଉତ୍ତରପ୍ରଦେଶ) : ନିର୍ବାଚନକୁ ନେଇ ଉତ୍ତରପ୍ରଦେଶର କାନପୁରରେ ମାହୋଲ ଗରମ । ଏଠାରେ ବିଜେପି ଏବଂ ବିରୋଧିଙ୍କ ଇଣ୍ତିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେଉଥିବା ପରିଲିକ୍ଷିତ ହେଇଛି । ବିଜେପି ପ୍ରାର୍ଥୀ ରମେଶ ଅୱସ୍ତୀଙ୍କ ସମର୍ଥନରେ ଅନ୍ତର୍ଜାତୀୟ ରେସଲର ଦ ଗ୍ରେଟ୍ ଖଲି ପ୍ରଚାର ମୈଦାନରେ ନଜର ଆସିଥିଲେ ।
ସୂଚନାନୁଯାୟୀ , ଗ୍ରେଟ୍ ଖଲି ନାମରେ ପ୍ରସିଦ୍ଧ ଦିଲୀପ ସିଂ ରାଣା ଗୁରୁବାର ଦିନ କାନପୁରରେ ପହଞ୍ଚି ସେଠାରେ ବିଜେପି ପ୍ରାର୍ଥୀ ରମେଶ ଅୱସ୍ତୀଙ୍କ ସମର୍ଥନରେ ଏକ ରୋଡ୍ ସୋର ଆୟୋଜନ କରିଥିଲେ ଏବଂ ବିଜେପି ସପକ୍ଷରେ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ସମୟରେ ତାଙ୍କୁ ଦେଖିବା ପାଇଁ କାନପୁର ରାସ୍ତାରେ ଜନସମାଗମ ହୋଇଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟକ ଲୋକ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।
