ବିଶ୍ୱଭାରତ

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ପଞ୍ଜାବର ହୋଇଥିବା ସୂଚନା ମିଳିଛି । ମୃତ ଡାକ୍ତରୀ ଛାତ୍ରଙ୍କ ନାମ ଚନ୍ଦନ ଜିନ୍ଦଲ । ମୃତଦେହ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ମୃତକଙ୍କ ବାପା । ତେବେ ଋଷର ଆକ୍ରମଣ ପାଇଁ ନୁହେଁ ବରଂ ବ୍ରେନ ଷ୍ଟ୍ରୋକ ପାଇଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚନ୍ଦନ ଜିନ୍ଦଲ ୟୁକ୍ରେନର ଭିନିଟିସିଆ ନ୍ୟାସନାଲ ପାଇରୋଗୋଭ ମେମୋରିଆଲ ମେଡିକାଲ ୟୁନିଭରସିଟିରେ ଅଧ୍ୟୟନ କରୁଥିଲେ। ହଠାତ୍ ସେ ଅସୁସ୍ଥ ହେବା ପରେ ତାଙ୍କୁ ଭିନିଟିସିଆର ଜରୁରୀକାଳୀନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ। ପରେ ମସ୍ତିଷ୍କରେ ଇସକିମିଆ ଷ୍ଟ୍ରୋକରେ ପୀଡିତ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସେ ଚିକିତ୍ସିତ ଅବସ୍ଥାରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଗତକାଲି ୟୁକ୍ରେନର ଖାରକିଭରେ ଚାଲିଥିବା ରୁଷିଆର ଆକ୍ରମଣରେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ମୃତକ କର୍ଣ୍ଣାଟକର ଚାଲଗେରିର ଜଣେ ୨୧ ବର୍ଷୀୟ ଛାତ୍ର ନବୀନ।

Related posts

ଭାରତ ଫେରିବେ ପାକିସ୍ତାନୀ ବୋହୂ ଅଞ୍ଜୁ !

mahabharatanews

ଦେଶରେ ଦିନକରେ ୧୧,୪୯୯ ଆକ୍ରାନ୍ତ ଚିହ୍ନଟ ଓ ୨୫୫ ଜଣ ମୃତ

mahabharatanews

ଇଡିରେ ହାଜର ହେବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

mahabharatanews